ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବେକ ଓ ହାତକୁ କାଟି ଦେଲେ ଅଭିଯୁକ୍ତ

Advertisment
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବେକ ଓ ହାତକୁ କାଟି ଦେଲେ ଅଭିଯୁକ୍ତ

ବାଲେଶ୍ଵର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ଜଳେଶ୍ଵରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବେଲ ବାରିଆ ଅଞ୍ଚଳରେ ଘଟିଛି ଏଭଳି ଘଟଣା।

ଶିବ ଶଙ୍କର ସେନାପତି ନାମକ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ରାଜୀବ ସେନାପତି ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରି ବେକ ଓ ହାତକୁ କାଟି ଦେଇଛନ୍ତି। ପୀଡ଼ିତ ଶିବ ଶଙ୍କର ବର୍ତ୍ତମାନ ବାଲେଶ୍ୱର ସଦର ଡାକ୍ତରଖାନାର ସର୍ଜରି ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe