ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ଗାନ୍ଧିଛକ: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଛକ ନିକଟରେ ସୋମବାର ସକାଳ ୮.୩୦ ମିନିଟ ସମୟରେ ଏକ ଚଳନ୍ତା ମାଲବାହୀ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ।

ସୂଚନା ଅନୁଯାୟୀ, ଉକ୍ତ ମାଲବାହୀ ଗାଡ଼ିଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଟୋଲଗେଟ ଛକ ନିକଟରେ ଗାଡ଼ିରେ ନିଆଁ ଲାଗିବାର ଚାଳକଜଣଙ୍କ ଜାଣିପାରି ଗାଡ଼ିରୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକେ ବସ୍ତା ଅଗ୍ନିଶମ ବିଭାଗକୁ ଏସଂପର୍କରେ ଖବର ଦେଇଥିଲେ। ସଂଗେସଂଗେ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ପହଞ୍ଚିଥିଲା। ଖବର ପାଇଁ ଅମର୍ଦାରୋଡ ପୁଲିସ ଓ ଜାତୀୟ ରାଜପଥ ଆମ୍ବୁଲାନ୍ସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe