କ˚ଗ୍ରେସ ଛାଡ଼ିଲେ ପଦ୍ମଲୋଚନ

Advertisment
କ˚ଗ୍ରେସ ଛାଡ଼ିଲେ ପଦ୍ମଲୋଚନ

ବାଲେଶ୍ବର :ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ, ସିମୁଳିଆର ପୂର୍ବତନ ବିଧାୟକ ତଥା ବାଲେଶ୍ବର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ପଦ୍ମଲୋଚନ ପଣ୍ଡା ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ତା ସୂଚନା ଦେଇ କହିଛନ୍ତି ଯେ ୩୫ ବର୍ଷ କ˚ଗ୍ରେସରେ ରହିବା ପରେ ମୋ ସହ ଅନ୍ୟାୟ ହୋଇଛି। ଦଳରେ କାହାରି ସହିତ କାହାରି ସମନ୍ବୟ ରହୁନି। ଯେଉଁଭଳି ଭାବେ ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଅଣନିଃଶ୍ବାସୀ ହୋଇ ସେ କ˚ଗ୍ରେସ ଦଳ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି ଶ୍ରୀ ପଣ୍ତା କହିଛନ୍ତି। ଶ୍ରୀ ପଣ୍ଡାଙ୍କ ସହିତ ତାଙ୍କର କେତେଜଣ ସମର୍ଥକ ମଧ୍ୟ ଦଳ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe