ନୀଳଗିରି: ୬୫ ଲିଟର ଦେଶୀ ମଦ ଓ ୫.୫କିଲୋ ଗଞ୍ଜେଇ ଜବତ, ୪ ଗିରଫ

Advertisment
ନୀଳଗିରି: ୬୫ ଲିଟର ଦେଶୀ ମଦ ଓ ୫.୫କିଲୋ ଗଞ୍ଜେଇ ଜବତ, ୪ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଅବକାରୀ ବିଭାଗ ଶୁକ୍ରବାର ମଦ ଓ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଅବକାରୀ ସାଧବ ପ୍ରଧାନଙ୍କ ନେତୃତ୍ୱରେ ନୀଳଗିରି ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘାଟଘର ସାହି ଗ୍ରାମର ସୁନାନାଥ (୩୦)ଙ୍କ ଠାରୁ ୪୦ ଲିଟର, ନୂଆସାହି ଗ୍ରାମର ଘନଶ୍ୟାମ ପଧୀରଙ୍କ ଠାରୁ ୧୦ଲିଟର ଓ ଗୋବିନ୍ଦପୁର ଗ୍ରାମର କୁନା ସିଂଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ ହୋଇଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାନ କରାଯାଇଥିବା ଜଣାପଡ଼ିଛି। ଏସ୍‌ଆଇ କରୁଣାକର ମହାରଣାଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା।

ଅବକାରୀ ଇନ୍‌ସପେକ୍ଟର କରୁଣା ଶଙ୍କର ତିଓ୍ଵାରୀଙ୍କ ନେତୃତ୍ୱରେ କାଂସ୍ୟ ଗ୍ରାମର ରବୀନ୍ଦ୍ର ମହାପାତ୍ରଙ୍କ ଠାରୁ ୫.୫ କିଲୋ ଗଞ୍ଜାଇ ଜବତ କରିଛି। ଅବକାରୀ ବିଭାଗ ରବୀନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe