ଶିଆଳ କାମୁଡ଼ାରେ ଦୁଇ ଚାଷୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ଶିଆଳ କାମୁଡ଼ାରେ ଦୁଇ ଚାଷୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡ଼ାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଖଇରା ବ୍ଲକ ଡଗରପଡ଼ାର ଦୁଇ ଚାଷୀ ଭାଗିରଥୀ ବାରିକ (୩୦) ଓ ବାବୁ ରାଉତ(୫୦) ଆଜି ସକାଳେ ନିଜ ବିଲକୁ ଯାଉଥିଲେ। ସେହି ସମୟରେ ଗୋଟିଏ ଶିଆଳ ଉଭୟଙ୍କୁ ଆକ୍ରମଣ କରି କାମୁଡ଼ି ପକାଇଥିଲା। ଏହାଫଳରେ ଦୁହେଁ ରକ୍ତାକ୍ତ ହୋଇଥିଲେ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁହେଁ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ଡଗରପଡ଼ା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ଭାଗିରଥୀ ବାରିକ ଓ ବାବୁ ରାଉତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe