WMBF News
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଶୁକ୍ରବାର ସକାଳୁ ୪୭ କିଲୋ ୫୦୦ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଶେଷ ଦେବ ମଲ୍ଲି ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ତାଙ୍କ ବୟସ ୨୬ ବର୍ଷ। ସେ କଳାହାଣ୍ଡି ଜିଲ୍ଲାର ବସନ୍ତପଡ଼ାର ବାସିନ୍ଦା।
ସୂଚନାରୁ ଜାଣିବାକୁ ମିଳିଛି ଯେ ଶୁକ୍ରବାର ସକାଳ ପ୍ରାୟ ୫ଟା ସମୟରେ ସୋରଡ଼ା ଥାନାର ସବ୍ଇନ୍ସ୍ପେକ୍ଟର ୫୬ ଜାତୀର ରାଜପଥର ଦାନ୍ତିଲିଙ୍ଗି ଛକରେ ଚେକିଂ କରୁଥିଲେ। ସେହି ବାଟ ଦେଇ ଏକ ସୁଇଫ୍ଟ୍ ଡିଜାୟର୍ ଗାଡ଼ି ଯାଉଥିଲା। ଗାଡ଼ିକୁ ଅଟକାଇବାରୁ ସେଥିରୁ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
Follow Us