ସୁନହଟ ଡାକ୍ତରଖାନା ପଛପଟ ବେଲଗଛରେ ଯୁବକଙ୍କ ଝୁଲନ୍ତା ଶବ

ସୁନହଟ ଡାକ୍ତରଖାନା ପଛପଟ ବେଲଗଛରେ ଯୁବକଙ୍କ ଝୁଲନ୍ତା ଶବ

ବାଲେଶ୍ୱର: ଗୁରୁବାର ସକାଳେ ଟାଉନ୍‌ ଥାନା ଅନ୍ତର୍ଗତ ସୁନହଟ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ଗୋଟାଏ ବେଲଗଛରେ ଜଣେ ଯୁବକଙ୍କ ଶବ ଝୁଲୁଥିବା ଦେଖା ଯାଇଥିଲା।

ଯୁବକଜଣକ ହେଉଛନ୍ତି ସ୍ଥାନୀୟ ମଛୁଆସାହି ଅଞ୍ଚଳର ସେକ୍‌ ଅନ୍‌ସାରିଙ୍କ ୨୩ ବର୍ଷିୟ ପୁଅ ସେଖ୍‌ ଅସୁରୁଦ୍ଦିନ। ଅସୁରୁଦ୍ଦିନ୍‌ ଥିଲେ ଜଣେ ଡ୍ରାଇଭର୍‌। ସେ ପିକ୍‌-ଅପ୍‌ ଭ୍ୟାନ୍‌ ଚଳାଉଥିଲେ।

ଗତ ରାତି ପ୍ରାୟ ୧୦ଟା ବେଳେ ସେ ଘରକୁ ଫେରି ପୁଣି କୁଆଡ଼େ ଯାଇଥିଲେ। ଆଜି ସକାଳେ ସେ ଦଉଡ଼ି ଦେଇ ଝୁଲିଥିବା ଅବସ୍ଥାରେ ଲୋକେ ଦେଖିଲେ।

ସେ ଆତ୍ମହତ୍ୟା କରିଛନ୍ତି କି, କେହି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ତାଙ୍କ ପରିବାର ଲୋକେ ବି ଏ ସଂକ୍ରାନ୍ତରେ କିଛି ଅଭିଯୋଗ କରି ନାହାନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe