ମଥାନୀଠାରେ ବିପଦ ସଂକେତ ଉପରେ ଜଳକା ନଦୀ, ଜଳବନ୍ଦୀରେ ସାନଖୁଡି ଗିରିସାହି

ମଥାନୀଠାରେ ବିପଦ ସଂକେତ ଉପରେ ଜଳକା ନଦୀ, ଜଳବନ୍ଦୀରେ ସାନଖୁଡି ଗିରିସାହି

ବସ୍ତା: ଲଘୁଚାପ ପ୍ରଭାବରେ ଗତ ୬ଦିନଧରି ପ୍ରବଳ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବାଲେଶ୍ବର ଜିଲ୍ଲାର ବସ୍ତାର ମଥାନୀଠାରେ ଜଳକା ନଦୀର ବିପଦ ସଂକେତ ଟପିଥିବା ଜଣାଯାଇଛି। ମଥାନୀଠାରେ ଜଳକା ନଦୀର ଜଳ ଏବେ ୬.୨୫ ମିଟର ଉଚ୍ଚରେ ପ୍ରବାହିତ। ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର।

ଏଣେ ବିଲବାଡ଼ିରେ ପାଣି ଲହଡ଼ି ଭାଙ୍ଗୁଥିବାବେଳେ ଜଳକା ନଦୀରେ ପାଣି ବଢ଼ିବାରେ ଲାଗିଛି। ପୁଣି ମୟୁରଭଞ୍ଜ ଜିଲ୍ଲାରୁ ସିଧାସଳଖ ଏଇ ନଦୀକୁ ପାଣି ଆସିବା ଫଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଷାଠିଏ ନମ୍ବର ଜାତୀୟ ରାଜପଥ ଗହିର ସିମୁଳିଆ କଟିପୋଲ ପାଖ ମଥାନୀ ପଞ୍ଚାୟତର ସାନଖୁଡ଼ି ନୟନ ଯୋଡ଼ି ଅବରୋଧ ହୋଇଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ପୁଣି ଜଳକା ନଦୀର ବଢିପାଣି ବୃଦ୍ଧି ପାଉଥିବାରୁ ସାନଖୁଡି ଗିରିସାହି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ନିକଟରେ ବସ୍ତା ତହସିଲଦାର ଆସି କ୍ଷେତ୍ର ପରିଦର୍ଶନ କରି ନାଳ ସଫାକରିବା ସହିତ ପାଣି ନିଷ୍କାସନ ପାଇ ପ୍ରତିଶ୍ରୁତି ଦେଇଥିଲେ ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ପାଣି ନିଷ୍କାସନ ନ ହେଲେ ଘରେ ପାଣି ପଶି ଝାଟିମାଟି ଘର ଭାଙ୍ଗିବା ସହିତ ବହୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି।

publive-image
ଅପରପକ୍ଷେ ତାପଣ୍ତ. ମେଳକ. ପେଗରପଡା ଧଳସାହି, ମଥାନୀ ଲକ୍ଷ୍ମଣାପଡା, ସାନଖୁଡି ପାତ୍ରସାହି, ଦାସସାହି ମଧ୍ୟ ଦେଇ ଯାଇଥିବା ଜଳକା ନଦୀର ଦୁଇପାର୍ଶ୍ବ ଭେଡି ବନ୍ଧ ସ୍ଥାନେସ୍ଥାନେ ମାଟି ଅତଡା ଖସୁଛି। ମଥାନୀ ଛକ ଓ ସାନଖୁଡି ବଜାର ନିକଟରେ ଦୀର୍ଘ ଦୁଇବର୍ଷଧରି ନୂତନ ପୋଲ ନିର୍ମାଣ ଚାଲିଛି। ନଦୀରେ ବନ୍ଧ ପକାଇ ପାଣିକୁ ଆକଟ କରାଯାଉଛି। ଯାହାଫଳରେ ନଦୀରେ ପାଣି ନିଷ୍କାସନରେ ବହୁ ଅସୁବିଧା ହେଉଛି। ପ୍ରଶାସନ ତୁରନ୍ତ ଏହାର ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe