ଭୁଲ କଲେ ଅଧିକାରୀ, ଅଧିକାର ହରାଇଲେ ଭୋଟର

Advertisment
ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ତିନି ଗାଁ ସାମିଲ, ନାମ ବଦଳାଇ କରୁଛି ଭୋଟ୍‌

Representational image

ରୁପ୍‌ସା: ନିର୍ବାଚନ ପ୍ରକ୍ରିୟାରେ ଶତପ୍ରତିଶତ ମତଦାନ କରିବାକୁ ସବୁବେଳେ ସଚେତନତା କରାଯାଉଛି। ମାତ୍ର ତୃଣମୂଳସ୍ତରରେ ବ୍ୟବସ୍ଥା ଓ ପରିଚାଳନା ଗତ ତ୍ରୁଟି ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ। ଗତ ମଙ୍ଗଳବାର ବାଲେଶ୍ବର ସଦର ଉପନିର୍ବାଚନ ପରିପ୍ରେକ୍ଷୀରେ ଏମିତି ଏକ ଦୃଷ୍ଟାନ୍ତ ସାମ୍‌ନାକୁ ଆସିଥିଲା। ଜଣେ ଭୋଟର ଜୀବିତ ଥିବାବେଳେ ତାଙ୍କୁ ଭୋଟର ତାଲିକାରେ ମୃତ ଦର୍ଶାଯାଇଥିବାରୁ ଭୋଟଦେବାକୁ ଆସି ସେ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଗତକାଲି ଆଙ୍କୋଗ୍ରାମର ପର୍ଶୁରାମ ବେହେରା(୪୮) ସ୍ଥାନୀୟ ଅଞ୍ଚଳରେ ଥିବା ୨ନଂ ବୁଥ୍‌କୁ ଭୋଟ ଦେବାକୁ ଯାଇଥିଲେ। ଭୋଟର ତାଲିକାରେ ନାଁ ଖୋଜି ନପାଇବାରୁ ସେଠାରେ ଉପସ୍ଥିତ ଥିବା ବିଏଲଓଙ୍କୁ ଶ୍ରୀ ବେହେରା ପଚାରିଥିଲେ। ତେବେ ତାଲିକାରେ ତାଙ୍କ ନାମ ମୃତ ଦର୍ଶାଯାଇଥିବା ବିଏଲଓ ସୂଚନା ଦେଇଥିଲେ। ଫଳରେ ପର୍ଶୁରାମଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ଏନେଇ ବୁଥ୍‌କେନ୍ଦ୍ରରେ ଗ୍ରାମବାସୀ ସେମାନଙ୍କ ଅସନ୍ତୋଷ ଜଣାଇବା ସହ ବିଏଲଓଙ୍କୁ ଭେଟି ଜାଣିଶୁଣି ପଶୁର୍ରାମଙ୍କୁ ମୃତ ଦର୍ଶାଇ ଭୋଟଦାନରୁ ବଂଚିତ କରାଯାଇଥିବା ଅଭିଯୋଗ କରିଥିଲେ। ଏ ସଂପର୍କରେ ବିଏଲଓ ଦାୟିତ୍ବରେ ଥିବା ଶିକ୍ଷକ ସୃଷ୍ଟିଧର ପରିଡ଼ାଙ୍କୁ ସଫେଇ ଦେଇଛନ୍ତି ଯେ, ଭୋଟ ପୂର୍ବରୁ ଏହି ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେବେ ସଂଶୋଧନ କରାଯାଇ ସୁପରଭାଇଜରକୁ ସେ ଫର୍ମ ପଠାଇଥିଲେ। କିନ୍ତୁ ସେ ଉକ୍ତ ଫର୍ମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି କି ନାହିଁ ସେ ଜାଣିନାହାନ୍ତି। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ଶାରୀରିକ ଅକ୍ଷମ କିମ୍ବା ବୟସ୍କ ନାଗରିକଙ୍କ ପାଇଁ ପୋଷ୍ଟାଲ ଭୋଟ ଭଳି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଉକ୍ତ ପଞ୍ଚାୟତର ଦମୟନ୍ତୀ ବେହେରା ନାମକ ଜଣେ ୬୨ ବର୍ଷୀୟା ଭିନ୍ନକ୍ଷମ ବୃଦ୍ଧାଙ୍କ ନିକଟକୁ କେହି ଭୋଟ ଆଣିବାକୁ ଯାଇନଥିଲେ। ମଙ୍ଗଳବାର ଭୋଟଗ୍ରହଣ ଚାଲିଥିବା ବେଳେ ଏକ ୩ଚକିଆ ଗାଡ଼ିରେ ବହୁକଷ୍ଟରେ ସେ ବୁଥ୍‌କୁ ଭୋଟଦେବାକୁ ଆସିଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe