ସୋରର ବିଭିନ୍ନ ସ୍ଥାନରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ

Advertisment
ସୋରର ବିଭିନ୍ନ ସ୍ଥାନରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ

ସୋର: ସୋରର ବିଭିନ୍ନ ସ୍ଥାନରେ ୭୮ ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି କରି ସହର ପରିକ୍ରମା କରିଥିଲେ। ସୋର ପୌରପାଳିକା ପକ୍ଷରୁ ରାଧାନାଥ ପଡ଼ିଆରେ ଏବଂ ବ୍ଲକ ତରଫରୁ ବ୍ଲକ ପରିସରରେ ସଭା ଆୟୋଜନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

publive-image

ସେହିପରି ସୋର ରେଳ ଷ୍ଟେସନରେ ଷ୍ଟେସନ ମାଷ୍ଟର ବିକେ ମହାଳିକ ଓ ଆରପିଏଫ ଅଧିକାରୀ ଏସକେ ହାଜରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଷ୍ଟେସନ ପରିସରରେ ପତାକା ଉତ୍ତୋଳନ କରିଥିଲେ। ସୋରର ଅଗ୍ରୀଣ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଏକ ୪୫୭ ଫୁଟର ଜାତୀୟ ପତାକା ନେଇ ସହର ପରିକ୍ରମା କରିଥିଲେ। ଏଥିରେ ଉତ୍ତରେଶ୍ୱର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଉତ୍ତରେଶ୍ୱର ଛକରୁ ଏହି ଶୋଭାଯାତ୍ରା ବାହାରି ଅନନ୍ତପୁର ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଭଳି ଭାବେ ସୋରର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe