ଯୁବଶକ୍ତି ହିଁ ସମାଜର ମେରୁଦଣ୍ଡ: 'ମାସ' ଓ 'ବିଦ୍ୟାଭାରତୀ' ପକ୍ଷରୁ 'ଆନ୍ତର୍ଜାତିକ ଯୁବ ଦିବସ' ପାଳିତ

Advertisment
gthh

ବାଲେଶ୍ବର: ସମାଜକୁ ସମୃଦ୍ଧ, ସଂସ୍କୃତ ଓ ମଧୁମୟ କରି ଗଢ଼ି ତୋଳିବାରେ ଯୁବସମାଜର ଏକ ପ୍ରମୁଖ ଭୂମିକା ରହିଛି । ଯୁବକମାନେ ହିଁ ସମାଜର ମେରୁଦଣ୍ଡ । ଯେଉଁଠି ଯୁବକମାନଙ୍କୁ ପ୍ରକୃତ ସମ୍ମାନ ଓ ସୁଯୋଗ ମିଳେ, ସେଠାରେ ଉଭୟ ଲକ୍ଷ୍ମୀ ଓ ସରସ୍ବତୀ ନିବାସ କରିଥାନ୍ତି । ରାଷ୍ଟ୍ରର ପୁଞ୍ଜିର ସଦୁପଯୋଗ ହେଉଛି କି ନାହିଁ ସେ ସଂପର୍କରେ ସଜାଗ ଦୃଷ୍ଟି ରଖିବା ସଚେତନ ଯୁବସମାଜର କର୍ତ୍ତବ୍ୟ । ଯୁବକମାନଙ୍କୁ ଆଗକୁ ଯିବାପାଇଁ ଭରପୂର ସୁଯୋଗ ଦେବା ପାଇଁ ସରକାରୀ ଓ ବେସରକାରୀ କର୍ତ୍ତୃପକ୍ଷମାନେ ଯତ୍ନବାନ ହେବା ଉଚିତ୍ ବୋଲି ମାନବ ଅଧିକାର ସୁରକ୍ଷା ସଂସଦ 'ମାସ୍' ଏବଂ ପ୍ରକାଶନ ପ୍ରତିଷ୍ଠାନ 'ବିଦ୍ୟାଭାରତୀ' ଆନୁକୂଲ୍ୟରେ ଅନୁଷ୍ଠିତ 'ଆନ୍ତର୍ଜାତିକ ଯୁବ ଦିବସ' ପାଳନ ଅବସରରେ ଅତିଥି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । 

WhatsApp Image 2025-08-13 at 21.39.54

ବହିଘର ପରିସରସ୍ଥିତ 'ସଂସ୍କୃତି ସଭାଗୃହ' ଠାରେ ୧୨ ତାରିଖ ସନ୍ଧ୍ୟାରେ ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାକ୍ତନ ଲୋକସଭା ସାଂସଦ ଇଂ ରବୀନ୍ଦ୍ର ଜେନା ଆଲୋଚନାଚକ୍ର 'ଆଜିର ଆହ୍ବାନ : ଏକବିଶ୍ବ-ଏକରାଷ୍ଟ୍ର'ରେ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ କହିଲେ ଯେ ଏକ ଯୁଦ୍ଧ ଓ ରକ୍ତପାତମୁକ୍ତ ବିଶ୍ବ ଆମ ସମସ୍ତଙ୍କର କାମ୍ୟ ହେବା ଉଚିତ୍ । ଏହି ସଭାରେ ଅନ୍ୟାନ୍ୟ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ ଓଏଏସ ପ୍ରୋବେସନାରୀ ଅଧିକାରୀ ଅମ୍ବିକା ଭୂୟାଁ, କପ୍ତିପଦା ଉପଖଣ୍ଡର ଆସିଷ୍ଟାଣ୍ଟ କଲେକ୍ଟର ପ୍ରବୀଣ କୁମାର, ବିଶିଷ୍ଟ ଶିଳ୍ପୀ କେଶୁଦାସ, 'ସମୟର ଚକ୍ର'ର ସମ୍ପାଦକ ସର୍ବେଶ୍ବର ଜେନା, ସାହିତ୍ୟିକ ବିଜୟ ଦାସ ଅଧିକାରୀ, କବି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ନାଟ୍ୟକାର ବିଦ୍ୟାଧର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । 

WhatsApp Image 2025-08-13 at 21.39.57

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ  ଲାଭ କରିଥିବା ୧୬ ଜଣ ପ୍ରତିଭାଧରଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ସମ୍ମାନିତ କରିଥିଲେ । ଯୁବ ପ୍ରଶାସନିକ ଅଧିକାରୀ ଭାବରେ ଅମ୍ବିକା ଭୂୟାଁ, ବିଶିଷ୍ଟ ତ୍ରିଭାଷୀ ଗୀତିକାର ତଥା ସଂଳାପ ଲେଖକ ଭାବରେ ପ୍ରବୀଣ କୁମାର, ଯୁବ ଚିକିତ୍ସାବିଜ୍ଞାନୀ ଭାବରେ ଫିଜିଓଥେରାପିଷ୍ଟ ଡାକ୍ତର ହିତାର୍ଥ ପଟ୍ଟନାୟକ, ବିଶିଷ୍ଟ ଉଦ୍ୟୋଗୀ ଭାବରେ ଦାଣ୍ଡକାଳୀ ସର୍ଜିକାଲ୍ ର ପରିଚାଳନା ନିର୍ଦ୍ଦେଶକ ସତ୍ୟନାରାୟଣ ନାୟକ, ଜିଏଲାର୍ ଇନ୍ଫ୍ରାର ପରିଚାଳନା ନିର୍ଦ୍ଦେଶକ ମନୋଜ ଜେନା, ସମାଜସେବୀ ଭାବରେ ଆଶ୍ରିତା ତରେଇ, ତପନ ବେହେରା, ମନୋଜ ପୋଦାର, ମାନବାଧିକାର କର୍ମୀ ଓ ସାମ୍ବାଦିକ ତପନ ପତି, ଗୋରକ୍ଷକ ଓ ପଶୁପ୍ରେମୀ ଅର୍ଜୁନ ବାରିକ୍ ଏବଂ ପବନ କୁମାର ଭୋଇ, ଯୁବ ସମ୍ବାଦିକା ଭାବରେ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ଶିକ୍ଷାବିଦ୍ ଭାବରେ ଡ କମଳାକାନ୍ତ ବିଶ୍ବାଳ, ଯୁବ ସଙ୍ଗୀତଜ୍ଞ ଅମରେଶ ପାତ୍ର, ବିଶିଷ୍ଟ ଯୁବ ଚିତ୍ରଶିଳ୍ପୀ ଅର୍ଚ୍ଚନା ଜେନା ଓ ଯୁବ କଣ୍ଠଶିଳ୍ପୀ ସୁଶ୍ରୀ ଆଫ୍ରିନ୍ ଖାତୁନ୍ ପ୍ରମୁଖଙ୍କୁ  ସେମାନଙ୍କର ପ୍ରତିଭା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆରମ୍ଭରେ ସାଇ ସୁହାନୀ ଜେନା ଏବଂ ଆଫ୍ରିନ୍ ଖାତୁନ ଚିତ୍ତାକର୍ଷକ ସଂଗୀତ ଗାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe