Advertisment

ଜେସିବି ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଜେସିବି ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ

ସୋର: ଗଞ୍ଜାମ ଜିଲା ଖଲିକୁଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲି ଗ୍ରାମର ବଳଭଦ୍ର ପ୍ରଧାନଙ୍କ ଏକମାତ୍ର ପୁଅ ପପୁ ପ୍ରଧାନ (୨୮) ଯୁବକ ବାଗୁଡି ଅଂଚଳରେ ରହି ଜେସିବି ଅପରେଟର ଭାବେ କାମ କରୁଥିଲେ। ଗତକାଲି ଅପରାହ୍ଣରେ ତାଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ସେ ଫୋନ ଉଠାଇନଥିଲେ। ପରେ ପରିବାର ଲୋକେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ସେ ପପୁ ରହୁଥିବା ଘରକୁ ଯାଇଥିଲେ। ସେଠାରେ ପପୁ ଅଚେତ ଅବସ୍ଥାରେ ଥିବା ବେଳେ ତାଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସୋର ପୁଲିସ ଡାକ୍ତରଖନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ୬୧/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପରିବାରର ପପୁ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe