ଛାତ୍ରୀଙ୍କୁ ପୋଡ଼ିମାରିବା ଘଟଣା: ପୁଲିସର କାର୍ଯ୍ୟକୁ ନେଇ ସଂଦେହ, କ୍ରାଇମ୍‌ବ୍ରାଞ୍ଚ୍‌ ଓ ସିବିଆଇ ତଦନ୍ତ ଦାବି କଲେ ବାପା

Advertisment
ଛାତ୍ରୀଙ୍କୁ ପୋଡ଼ିମାରିବା ଘଟଣା: ପୁଲିସର କାର୍ଯ୍ୟକୁ ନେଇ ସଂଦେହ, କ୍ରାଇମ୍‌ବ୍ରାଞ୍ଚ୍‌ ଓ ସିବିଆଇ ତଦନ୍ତ ଦାବି କଲେ ବାପା

ଖଇରା: ଖଇରାରେ ନାବାଳିକାଙ୍କୁ ପୋଡ଼ି ମାରିବା ଘଟଣା ଏବେ ଜଟିଳ ହେବାରେ ଲାଗିଛି। ମୃତ ଛାତ୍ରୀଙ୍କ ପରିବାର ଲୋକ ପୁଲିସର କାର୍ଯ୍ୟକୁ ନେଇ ସଂଦେହ ପ୍ରକାଶ କରିଛନ୍ତି ଏବଂ କ୍ରାଇମ୍‌ବ୍ର‌ାଞ୍ଚ୍‌ ତଥା ସିବିଆଇ ତଦନ୍ତ ଦାବି କରିଛନ୍ତି।
ଖଇରା ବାରିଙ୍ଗିଆ ଗାଁ’ର ୩୪ ବର୍ଷ ବୟସ୍କ ବିବାହିତ ଯୁବକ ଦୟାନିଧି ଜେନା ସେହି ଗାଁ’ର ଜଣେ ୧୪ ବର୍ଷ ବୟସର ନାବାଳିକା ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ପ୍ରେମରେ ବିଫଳ ହେବାରୁ ଦୟାନିଧି ଗତ ୨୪ ତାରିଖ ଦିନ ସକାଳେ ଛାତ୍ରୀଙ୍କୁ ପୋଡ଼ି ମାରିବା ସହ ନିଜେ ବିଷ ପିଇ ଦେଇଥିଲେ। ଏବେ ଦୟାନିଧି କଟକ ଏସ୍‌ବି ମେଡିକାଲ୍‌ର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଏପରି ସମୟରେ ଆଜି ବାରିଙ୍ଗିଆ ଗାଁ’କୁ ନୀଳଗିରି ଏସ୍‌ଡିପିଓ ରିତେଶ କୁମାର ମହାପାତ୍ର, ଖଇରା ଆଇଆଇସି ଗଣେଶ୍ୱର ପ୍ରଧାନ ଏବଂ ଔପଦା ଆଇଆଇସି କମଳିନୀ ତାଣ୍ଡି ପୁଲିସ ଟିମ୍‌ ସହ ଯାଇ ତଦନ୍ତ କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। ତେବେ ପରିବାର ଲୋକ ଖଇରା ପୁଲିସର କାର୍ଯ୍ୟକୁ ନେଇ ସଂଦେହ ପ୍ରକାଶ କରିଛନ୍ତି। ପୁଲିସ ମାମଲାକୁ ଚାପିଦେବାକୁ ଉଦ୍ୟମ ଚଳାଇଛି। ନହେଲେ ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପୂର୍ବରୁ କାହିଁକି ତରବରିଆ ଭାବେ ଏକ ଡାଲା ଅଟୋରେ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲ୍‌ ନେଇଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ପୁଲିସ ଉପରେ ଭରସା ନଥିବାରୁ ଛାତ୍ରୀଙ୍କ ବାପା ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ଓ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe