ବହୁଚର୍ଚ୍ଚିତ କୁନୁ ପଣ୍ଡା ହତ୍ୟା ମାମଲା : ଆଉ ୨ ଅଭିଯୁକ୍ତ ଗିରଫ

Advertisment

ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୭ଜଣ

ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୭ଜଣ

ବହୁଚର୍ଚ୍ଚିତ କୁନୁ ପଣ୍ଡା ହତ୍ୟା ମାମଲା : ଆଉ ୨ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱରର ବହୁଚର୍ଚ୍ଚିତ କୁନୁ ପଣ୍ଡା ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଆଉ ୨ ଜଣଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଗିରଫ ଦୁଇ ଜଣ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ସଞ୍ଜି ଓରଫ୍‌ ସଞ୍ଜିପ ସ୍ୱାଇଁ ଓ ଶିବା ଦାସ। ଏମାନେ କୁନୁଙ୍କୁ ହାଣିଥିବା ଏସପି ନୀତି ଶେଖର ସୂଚନା ଦେଇଛନ୍ତି।

ପୁଲିସର କହିବା ଅନୁସାରେ ଏମାନେ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରି, ଟଙ୍କା ନେବାକୁ ଘରକୁ ଆସିଥିବା ବେଳେ ପୁଲିସ ଖବର ପାଇ ସେମାନଙ୍କୁ କାବୁ କରିଥିଲା। ଶିବା ଓ ଚନ୍ଦ୍ର ରାଓ ଗୋଟିଏ ଗାଡିରେ ଥିବା ବେଳେ, ଘଟଣା ଦିନ ସେମାନେ କୁନୁ ଉପରେ ଆକ୍ରମଣ କରିଥିବା ପୁଲିସ କହିଛି। ଏ ଦୁଇ ଜଣ ବ୍ୟବହାର କରିଥିବା ଗାଡି ଓଡି-୦୧କିଉ-୫୪୨୦କୁ ପୂର୍ବରୁ ଜବତ କରିସାରିଛି ପୁଲିସ। ଗତ ମାସ ୨୪ ତାରିଖରେ କୁନୁ ଓରଫ୍‌ ତନ୍ମୟ ପଣ୍ଡାଙ୍କୁ ହରିପ୍ଲାଜା ହୋଟେଲ ନିକଟରେ ଅତି ନିର୍ମମ ଭାବରେ ଖଣ୍ଡା ଓ କଟୁରିରେ ହାଣି ହତ୍ୟା କରାଯାଇଥିଲା। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା କୁଆଁ ଓରଫ୍‌ କୈଳାସ ଦାସ ଏବେବି ଫେରାର ଅଛି।

ତେବେ ରଂଜନ ରାଉତ ମାଧ୍ୟମରେ କୁଆଁ ଏ ହତ୍ୟାକାଣ୍ଡର ରୂପରେଖ ପ୍ରସ୍ତୁତ କରିଥିଲା। ଘଟଣା ଦିନ ସକାଳେ କୁଆଁକୁ ସାକ୍ଷାତ କରିଥିଲା ରଂଜନା ସେହିଦିନ ମଧ୍ୟାହ୍ନ ୧.୨୦ରେ ହତ୍ୟାକାଣ୍ଡକୁ ଚୂଡାନ୍ତ ରୂପରେଖ ଦେବାକୁ ଉଭୟଙ୍କ ମଧ୍ୟରେ ଯୋଜନା ପ୍ରସ୍ତୁତ ହୋଇଥିବା ପୁଲିସ କହିଛି। ତେବେ ରଂଜନ ଉଭୟ ଗୋଷ୍ଠୀ ମଧ୍ୟରେ ଭଲ ହେବାକୁ ଚାହୁଁଥୁିଲା ଓ କୁନୁର ଗାଡି ସେଦିନ ସେ ହିଁ ଚଲାଉଥିବା ଏସପି କହିଛନ୍ତି। ତେବେ କାଳିଆ ଓରଫ୍‌ ଦିବ୍ୟଜ୍ୟୋତି ପାତ୍ରଙ୍କ ଅଭିଯୋଗ ଆଧାରରେ, ସହଦେବଖୁଣ୍ଟା ଥାନାର ୩୦୪ ନମ୍ବର କେସ୍‌ରେ କୁନୁ ଜେଲ୍‌ ଯାଇଥିଲେ। ଏହାକୁ ନେଇ କୁଆଁ ଓ କୁନୁ ଗୋଷ୍ଠୀ ମଧ୍ୟରେ ତିକ୍ତତା ରହିଥିଲା। ହତ୍ୟାକାଣ୍ଡର ସପ୍ତାହେ ପୂର୍ବରୁ ଜେଲରୁ ବାହାରିଥିବା କୁନୁ, କୁଆଁ ଗୋଷ୍ଠୀକୁ ଧମକ ଚମକ ଦେଇଥିବା ପୁଲିସ କହିଛି। ତେବେ କୁନୁଙ୍କୁ ରାସ୍ତାରୁ ହଟାଇ ନିଜେ ଶକ୍ତିଶାଳୀ ହେବାକୁ କୁଆଁ ଏଭଳି ଏକ କାଣ୍ଡ କରିଛି ବୋଲି ଏସପି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା।

ଘଟଣାକୁ ଆସନ୍ତାକାଲି ମାସେ ପୁରୁଥିବା ବେଳେ ଏଯାଏଁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହୋଇନି ଯାହାକୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe