Advertisment

ଟ୍ରକ ଅଟକାଇ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ: ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Advertisment
ଟ୍ରକ ଅଟକାଇ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ: ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ଛକ ନିକଟରେ ବିଳମ୍ବିତ ରାତିରେ ଟ୍ରକ ଅଟକାଇ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ୭୦,୦୦୦ ଟଙ୍କା ଲୁଟ୍ କରାଯାଇଥିବାର ଅଭିଯୋଗ ହୋଇଛି। ଏଣେ ହେଲ୍ପରକୁ ଅପହରଣ କରିଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଡବ୍ଲୁ ବି ୩୩ ଡି୨୬୨୯ ନମ୍ବର ଥିବା ଟ୍ରକ୍ ଧାନ ନେଇ ପଶ୍ଚିମବଙ୍ଗର ଜମାଲପୁରକୁ ଯାଇ ସେହି ଅଞ୍ଚଳର କମାରପୋଖରୀରୁ ଆଳୁ ନେଇ ଯାଜପୁରକୁ ଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ଏକତାଳି ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ଦେଖାଇ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ଗାଡ଼ି ଚାଳକ ପ୍ରଭାସ ବେହେରା ଘଟଣା ସ୍ଥଳରୁ କୌଶଳକ୍ରମେ  ଖସିବାକୁ ଚେଷ୍ଟା କରି ଗାଡ଼ିର ଗତି ବଢ଼ାଇ ବସ୍ତା ଅଞ୍ଚଳ ଆଡ଼କୁ ଆସୁଥିବା ସମୟରେ ବସ୍ତା ଥାନା ରାଜଘାଟ ଟୋଲ ଗେଟ ନିକଟରେ ଟ୍ରକକୁ ପିଛା କରି ଏକ ନାଲି ରଙ୍ଗର କାର ଟ୍ରକ ସମ୍ମୁଖରେ ଆଡ୍ଡା ପକାଇଥିଲେ। କୌଣସି ଉପାୟ ନପାଇ ଡ୍ରାଇଭର ଜଣକ ନିକଟସ୍ଥ ଢ଼ାବାକୁ ଯାଇଥିବା ବେଳେ ସମ୍ପୃକ୍ତ ଯୁବକମାନେ ଢ଼ାବା ଭିତରେ ଲୁହା ରଡ ଓ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଭାସ ଚେତାଶୂନ୍ୟ ଅବସ୍ଥାରେ ପଡ଼ିରହିଥିବା ବେଳେ ତାଙ୍କ ନିକଟରେ ଥିବା ସତୁରି ହଜାର ଟଙ୍କା ସହିତ ଟ୍ରକର ହେଲପର ବିଟୁଙ୍କୁ ଉକ୍ତ ଯୁବକମାନେ ନେଇଯାଇଥିଲେ।

ସ୍ଥାନୀୟ ଲୋକେ ପ୍ରଭାସଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରଭାସ ଅମର୍ଦାରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗକୁ ଆଧାରକରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe