ମୟୂରଭଞ୍ଜ : ଧରାପଡ଼ିଲେ କୋଟିପତି ମାଳି

Advertisment
ମୟୂରଭଞ୍ଜ : ଧରାପଡ଼ିଲେ କୋଟିପତି ମାଳି

ଖୁଣ୍ଟା/କପ୍ତିପଦା : ଚାକିରି ହେଉଛି ମାଳି, ମାତ୍ର କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ସମ୍ପତ୍ତିର ମାଲିକ। ଚଢ଼ଉ କଲାବେଳେ ଆଜି ଭିଜିଲାନ୍ସ ଅଧିକାରୀମାନେ ବି ଚକିତ ହୋଇଯାଇଥିଲେ। ମାଳି ଭ‌ାବେ କାର୍ଯ୍ୟରତ ଏହି ବ୍ୟକ୍ତି ହେଉଛନ୍ତି ଉଦ୍ଧବ ବେହେରା। ଉଦ୍ଧବ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଉଦ୍ୟାନ ବିଭାଗରେ କାର୍ଯ୍ୟରତ।

ବାଲେଶ୍ବର ଭିଜିଲାନ୍ସ ବିଭାଗର ୪ଟି ଟିମ୍ ଏକକାଳୀନ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା, ୨୧୩ ଗ୍ରାମ ସୁନାଗହଣା, ୭୨ଲକ୍ଷରୁ ଅଧିକ ଟଙ୍କାର ୩ ମହଲା ବିଶିଷ୍ଟ କୋଠାଘର, ୨ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ୍‌ ଡିପୋଜିଟ୍ ସମେତ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତିକୁ ମିଶାଇ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe