ପୁଲିସ ହାତରୁ ଚମ୍ପଟ ଅଭିଯୁକ୍ତ ଗିରଫ

Advertisment
ପୁଲିସ ହାତରୁ ଚମ୍ପଟ ଅଭିଯୁକ୍ତ ଗିରଫ

ଜଳେଶ୍ୱର : ପୁଲିସ ହାତରୁ ଚମ୍ପଟ ମାରି ଲୁଚିଥିବା ଜଣେ ଅଭିଯୁକ୍ତକୁ ଆଜି ଜଳେଶ୍ୱର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି ସୁଗୋ ଗ୍ରାମର ଅମୂଲ୍ୟ ଘଡ଼େଇଙ୍କ ପୁଅ ବଳରାମ(୨୧)। ବଳରାମକୁ ଏକ ନାବାଳିକା ଛାତ୍ରୀ ଅପହରଣ ମାମଲାରେ ପୁଲିସ ଗିରଫ କରିଥିଲା। ୧୧ ତାରିଖ ଦିନ ତାକୁ ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଇବାକୁ ନେଇଥିବା ବେଳେ ସେ ପୁଲିସକୁ ଚକ୍‌ମା ଦେଇ ଫେରାର ହୋଇ ଯାଇଥିଲା। ଏ ନେଇ ସହଦେବଖୁଣ୍ଟା ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା। ବଳରାମକୁ ଗିରଫ କରିିବା ପାଇଁ ଏସ୍‌ପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଢ଼ାଯାଇଥିଲା।

ଆଜି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନାଧିକାରୀ ଚନ୍ଦନ କୁମାର ଘଡ଼େଇଙ୍କ ନେତୃତ୍ୱରେ ନାମ୍ପୋ ଫାଣ୍ଡି ଅଧିକାରୀ ଭଗବାନ ଦାସ ଓ ଏଏସ୍‌ଆଇ ଭାସ୍କର ଚନ୍ଦ୍ର ପାତ୍ର ସୁଗୋର ଏକ ଧାନବିଲରୁ ବଳରାମକୁ ଗିରଫ କରିଛନ୍ତି। ପଚରା ଉଚରା ବେଳେ ସେ କିପରି ଫେରାର ହୋଇଥିଲା ଓ ଦୁଇ ଦିନ ଧରି ଧାନବିଲରେ କିପରି ଛପି ରହିଥିଲା, ତାହା ପୁଲିସ ଆଗରେ ପ୍ରକାଶ କରିଛି। ଗିରଫ ବଳରାମକୁ ସହଦେବଖୁଣ୍ଟା ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଘଡ଼େଇ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ଦିନ ବଳରାମ ଉକ୍ତ ଛାତ୍ରୀଙ୍କୁ ଅପହରଣ କରିଥିଲା। ପୁଲିସ ମୋବାଇଲ୍‌ ଟ୍ରାକିଂ କରି ସେମାନଙ୍କୁ ବମ୍ବେଛକ ଅଞ୍ଚଳରୁ ଉଦ୍ଧାର କରିବା ସହ ବଳରାମକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe