ବସ୍ତା: ବଜ୍ରାଘାତରେ ଜଣେ ମୃତ

ବସ୍ତା: ବଜ୍ରାଘାତରେ ଜଣେ ମୃତ

ବସ୍ତା: ବାଲେଶ୍ବର ଜିଲ୍ଲାର  ବସ୍ତାରେ ବଜ୍ରାଘାତରେ ବସ୍ତାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗତକାଲି ବସ୍ତା  ଓ ଏହାର ଆଖପାଖ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହିତ ବର୍ଷା ଆରମ୍ଭ ହୋଇଥିଲା। ଏହି ବ୍ଲକ ଅନ୍ତର୍ଗତ ଦରଡା ପଞ୍ଚାୟତର ପଳାସିଆ ଗ୍ରାମର ଜନୈକ ଯୁବକ ପୋଖରୀ ଖୋଳା କାମ ସାରି ଘରକୁ ଫେରିବା ସମୟରେ ବଜ୍ରାପାତର ଶିକାର ହୋଇ ଗୁରୁତର ହୋଇଥିଲେ।

ଏହାପରେ ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୪୭ ବର୍ଷିୟ ସାଗର ହେମ୍ବ୍ରମ ନିକଟସ୍ଥ ଏକ ପୋଖରୀ ଖୋଳା କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe