ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

Advertisment
ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

Photo by : theconversation.com

ବାଲେଶ୍ୱର : ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌ ରାମଶଙ୍କର ହୋତା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେସନ୍‌ ଟ୍ରାଏଲ ନମ୍ବର ୩୭୦/୧୬ ତଥା ଆଇପିସି ଧାରା ୩୦୨ ଓ ୪୯୮(ଏ) ଆଧାରରେ ଅଦାଲତ ଆସାମୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି ବଧୂ ନିର୍ଯାତନା ପାଇଁ ୩ ବର୍ଷ ଜେଲ, ୧ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟେ ୩ ମାସ କାରାଦଣ୍ଡ ଘୋଷଣା ହୋଇଛି।

ବସ୍ତା ଥାନା କେସ୍‌ ନମ୍ବର ୧୫୬ ଅନୁଯାୟୀ ଦଶରାପଦା, ମହାଦେବସରାଇ ଗାଁର ଲାଲମୋହନ ମୁର୍ମୁଙ୍କ ପୁଅ ଶମ୍ଭୁ ମୁର୍ମୁ (୪୦), ୨୦୧୬ ଜୁନ୍‌ ୧୬ ତାରିଖ ରାତିରେ ନିଜ ପତ୍ନୀ ଗୁରୁବାରି ମୁର୍ମୁ (୩୦)ଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ। ଗୁରୁବାରିଙ୍କ ଭାଇ ଶଙ୍କର ମୁର୍ମୁଙ୍କ ଅଭିଯୋଗ ଆଧାରରେ ବସ୍ତା ପୁଲିସ କେସ ରୁଜୁ କରିବା ସହ ତଦନ୍ତ କରି ଶମ୍ଭୁଙ୍କୁ ଗିରଫ କରିଥିଲା। ଦୁଇ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୧୩ ଜଣ ସାକ୍ଷୀ ଓ ୧୨ଟି ଦସ୍ତାବିଜକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ସରକାରୀ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe