ବାହାନଗା ବଜାର ଦୋକାନ ଶିଡ଼ି ବାଡ଼ାରେ ଯୁବକର ଝୁଲନ୍ତା ଶବ

Advertisment
ବାହାନଗା ବଜାର ଦୋକାନ ଶିଡ଼ି ବାଡ଼ାରେ ଯୁବକର ଝୁଲନ୍ତା ଶବ

ବାହାନଗା: ଶନିବାର ସକାଳେ ଖନ୍ତାପଡ଼ା ଥାନା ବାହାନଗା ବଜାରସ୍ଥିତ ଗୋଟିଏ ଦୋକାନର ଶିଡ଼ି ବାଡ଼ାରେ ଜଣେ ଯୁବକର ଶବ ଓହଳି ଥିବା ଅବସ୍ଥାରେ ଦେଖିବାକୁ ମିଳିଛି।
ମୃତ ଯୁବକଜଣକ ହେଉଛି ନୀଳଗିରି ଅଞ୍ଚଳର ୨୭ ବର୍ଷିୟ କାଳିଆ। ସେ ବାହାନଗା ବଜାରରେ ଶ୍ରୀନିବାସ ବେହେରାଙ୍କ ତାରିଣୀ ସାଇକେଲ୍‌ ଦୋକାନରେ କାରିଗର ଭାବେ କାମ କରୁଥିଲା ଏବଂ ଭଡ଼ାରେ ଦିଲୀପ ସିଂଙ୍କ ଘରେ ରହୁଥିଲା।

କିଛି ଦିନ ତଳେ ସେ ନୀଳଗିରି ଯାଇଥିଲା ଓ ଦୁଇ ଦିନ ତଳେ ଦୋକାନକୁ ଫେରିଆସି କାମରେ ଯୋଗ ଦେଇଥିଲା। ଗତକାଲି ସେ ଦୋକାନରେ ସବୁ କାମ ଠିକ୍‌ରୂପେ କରିଥିଲେ।

ଆଜି ସକାଳେ ତାଙ୍କ ଶବ ଦେଖିବା ପରେ ସ୍ଥାନୀୟ ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe