ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ମିଳୁଛି ଗୋଡି-ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁ ତରକାରି

Advertisment
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ମିଳୁଛି ଗୋଡି-ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁ ତରକାରି

ବାଲେଶ୍ୱର: ବାଲେଶ୍ୱରରୁ ଆସିଛି ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର। ପିଲାଙ୍କ ଥାଳିରେ ପରଷା ଯାଉଛି ଗୋଡି, ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁର ତରକାରି। ଏପରି ନିମ୍ନମାନର ମଧ୍ୟାହ୍ନ ଭୋଜନ କୁନି କୁନି ପିଲାଙ୍କୁ କାହିଁକି ଖାଇବାକୁ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି।

ପିଲାଙ୍କ ଥାଳିରେ ବଢା ଯାଉଛି ଚାଉଳିଆ ଭାତ। ତା ସହ ଦିଆଯାଉଛି ଡାଲି ସିଝା ପାଣି ନା ଡାଲାମା ଜଣାପଡୁନାହିଁ। ପଚା ଆଳୁ, ମଟର ତରକାରୀରେ ପୋକ ଭାସୁଛି। ଭାତରୁ ପଥର ଗୋଡ଼ି ବାହାରୁଛି। ବାଲେଶ୍ୱର ମୁନସିପାଲଟି ଅଂଚଳର ଫିରିଙ୍ଗିପାଟଣା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଥାଳିରେ ଏଭଳି ନିମ୍ନମାନର ମଧ୍ୟାହ୍ନ ଭୋଜନ ପରଷା ଯାଉଛି। ପୂର୍ବରୁ ସ୍କୁଲ ପରିସରରେ ମିଡ-ଡେ ମିଲ ପ୍ରସ୍ତୁତ କରି ପିଲାଙ୍କୁ ଗରମ ଗରମ ପରଷାଯାଉଥିଲା। ହେଲେ ଏବେ ଦୀର୍ଘ ୧୫ କିଲୋମିଟର ଦୂର ସେରଗଡ ସେଂଟ୍ରାଲ କିଚେନରୁ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଆସୁଛି। ଏପରିକି ପିଲା ସଂଖ୍ୟା ତୁଳନାରେ କମ ଖାଦ୍ୟ ଆସୁଥିବା ଅଭିଯୋଗ ହୋଇଛି।

publive-image

କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ବାଲେଶ୍ୱର ମୁନସିପାଲଟି ଅଂଚଳର ୫୦ରୁ ଅଧିକ ସ୍କୁଲକୁ ସେଣ୍ଟ୍ରାଲ କିଚେନରୁ ଖାଦ୍ୟ ଆସୁଛି। ସ୍କୁଲ ପରିସରରେ ମିଡ-ଡେ ମିଲ ପ୍ରସ୍ତୁତ ବନ୍ଦ ହୋଇଥିବା ବେଳେ ଗତ ୧୫ଦିନ ହେଲା ସେଣ୍ଟ୍ରାଲ କିଚେନରୁ ଖାଦ୍ୟ ଯୋଗାଯାଉଛି। ମଧ୍ୟାହ୍ନ ଭୋଜନର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବେ କହିଛନ୍ତି ସ୍କୁଲ ପରିଚାଳନା କମିଟି ସଦସ୍ୟ।

ବାଲେଶ୍ୱର ମୁନସିପାଲଟି ଅଂଚଳର ପ୍ରାୟ ୫୦ ହଜାର ସ୍କୁଲ ପିଲାଙ୍କ ପାଇଁ ଗୋଟିଏ ସ୍ଥାନରୁ ରୋଷେଇ କରି ସମସ୍ତ ସ୍କୁଲକୁ ପଠାଯାଉଛି। ତେଣୁ ଖାଦ୍ୟର ମାନ ଯାଂଚ କରି ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe