୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

photo by : kalerkantho.com

ବାଲେଶ୍ୱର/ନୀଳଗିରି : ଜମ୍ମୁ-କାଶ୍ମୀରର କଠୁଆ ଓ ଉତ୍ତରପ୍ରଦେଶର ଉନ୍ନାଓ ଘଟଣାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ୱର ଥମି ନଥିବାବେଳେ ବାଲେଶ୍ୱରର ନୀଳଗିରିରେ ସେହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଜଣେ ୪ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଅଭିଯୁକ୍ତ ଯୁବକ ଚକୋଲେଟ୍‌ ଲୋଭ ଦେଖାଇ ନାବାଳିକାକୁ ଦୁଷ୍ମର୍ମ କରିଥିବା ଜଣାପଡ଼ିଛି।

ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ମିଲି(ଛଦ୍ମନାମ)ର ଘର ନିଳଗିରିି ଥାନା ଅନ୍ତର୍ଗତ ହାଟସାହି ଅଞ୍ଚଳରେ। ଗତ ୧୩ ତାରିଖ ଦିନ ସେ ଘର ସାମ୍ନାରେ ଖେଳୁଥିଲା। ଏହି ସମୟରେ ସେହି ଗାଁର ନିତ୍ୟଚନ୍ଦନ ଜେନା ଓରଫ୍‌ ଡିବନ୍‌ (୨୪) ତାକୁ ଚକୋଲେଟ୍‌ ଦେବାକୁ କହି ନିଜ ଘରକୁ ନେଇଯାଇଥିଲା। ସେଠାରେ କେହି ନଥିବା ବେଳେ ମିଲି ସହିତ ସେ ଦୁୁଷ୍କର୍ମ କରିଥିଲା।

ମିଲି ଘରକୁ ଫେରି ଯନ୍ତ୍ରଣା ଅନୁଭବ କରିବାରୁ ତା’ର ବାପାମା’ ଘଟଣା ସମ୍ପର୍କରେ ଜାଣିଥିଲେ। ଘଟଣାଟି ଦୁହିଁଙ୍କୁ ସମ୍ପୂର୍ଣ୍ଣ ବିଚଳିତ କରିଦେଇଥିଲା। ବାପାମା’ ଝିଅକୁ ତୁରନ୍ତ ସ୍ଥାନୀୟ ନୀଳଗିରି ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଝିଅର ଡାକ୍ତରୀମାଇନା କରାଯାଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ପରିବାର ଘଟଣାକୁ ଚପେଇବା ପାଇଁ ଭରପୂର ଉଦ୍ୟମ କରିଥିଲେ। ପ୍ରଥମେ ପୀଡ଼ିତାଙ୍କ ଘରେ ପହଞ୍ଚି ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ଏ ଘଟଣା ବାହାରେ ପ୍ରକାଶ ନ କରିବାକୁ ଚାପ ମଧ୍ୟ ପକାଇଥିଲେ। ପୁଣିଥରେ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କ ପରିବାର ଉପରେ ପୁଣିଥରେ ଚାପ ପକାଇଥିଲେ। ମାତ୍ର, ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତଙ୍କ ପରିବାର ପ୍ରତିଶ୍ରୁତି ମୁତାବକ ଆଉ ଔଷଧ ଖର୍ଚ୍ଚ ଦେଇନଥିଲେ। ଫଳରେ, ଏହାପରେ ପୀଡ଼ିତାର ବାପା ନୀଳଗିରି ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତର ପରିବାର ସେଠାରେ ମଧ୍ୟ ମାମଲାକୁ ରଫାଦଫା କରିବାକୁ ପ୍ରୟାସ ହୋଇଥିଲା। ତେବେ, ଏସପିଙ୍କ ନିର୍ଦ୍ଦେଶକ୍ରମେ ଶେଷରେ ଅଭିଯୋଗକୁ ଭିତ୍ତିି କରି ଥାନା ପକ୍ଷରୁ ୭୨/୧୮ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଅଭିଯୁକ୍ତ ଫେରାର ହୋଇଯାଇଛି।

ନୀଳଗିରି ଥାନା ଅଧିକାରୀ ରମେଶ ସିଂ ନାବାଳିକାର ଡାକ୍ତରୀ ମାଇନା ପାଇଁ ବାପା, ମାଆଙ୍କୁ କହିଛନ୍ତି। ଆଜି ଅପରାହ୍ନରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଉଦୟଜ୍ୟୋତି ମହାନ୍ତି, ଯଶୋବନ୍ତ ରାଉତ ପ୍ରମୁଖ ପୀଡ଼ିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିବା ସହିତ ସମବେଦନା ଜଣାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe