ବିଦ୍ୟାଳୟରେ ମ୍ୟୁଜିକ ଚେୟାର ଖେଳୁଥିବା ସମୟରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର

ବିଦ୍ୟାଳୟରେ ମ୍ୟୁଜିକ ଚେୟାର ଖେଳୁଥିବା ସମୟରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ବଡ଼ଖୁରି ମଧ୍ୟ ଇଂରାଜି ବିଦ୍ୟାଳୟରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ଚାଲିଥିବା ସମୟରେ ମ୍ୟୁଜିକ ଚେୟାର ଖେଳୁଥିବା ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ କିଛି ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ।

ସେମାନଙ୍କୁ ତୁରନ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି‍ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ୩ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲେ। ତେବେ ଅସୁସ୍ଥତାର କାରଣ ଅସ୍ପଷ୍ଟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe