ନୀଳଗିରି ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଭଦ୍ରକରୁ ଗିରଫ

Advertisment
ନୀଳଗିରି ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଭଦ୍ରକରୁ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲସି ଅଭିଯୁକ୍ତ ନିତ୍ୟାନନ୍ଦ ଜେନାକୁ ସୋମବାର ସନ୍ଧ୍ୟାରେ ଭଦ୍ରକରୁ ଗିରଫ କରିଛି। ନୀଳଗିରି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂହ କହିଛନ୍ତି, ଅଭିଯୁକ୍ତ ନିତ୍ୟାନନ୍ଦ ଏକାକୀ ସହରରେ ବୁଲୁଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ପହଞ୍ଚି ଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଧରିଥିଲା।

ସୂଚନାଯୋଗ୍ୟ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ମିଲି(ଛଦ୍ମନାମ)ର ଘର ନିଳଗିରିି ଥାନା ଅନ୍ତର୍ଗତ ହାଟସାହି ଅଞ୍ଚଳରେ। ଗତ ୧୩ ତାରିଖ ଦିନ ସେ ଘର ସାମ୍ନାରେ ଖେଳୁଥିଲା। ଏହି ସମୟରେ ସେହି ଗାଁର ନିତ୍ୟଚନ୍ଦନ ଜେନା ଓରଫ୍‌ ଡିବନ୍‌ (୨୪) ତାକୁ ଚକୋଲେଟ୍‌ ଦେବାକୁ କହି ନିଜ ଘରକୁ ନେଇଯାଇଥିଲା। ସେଠାରେ କେହି ନଥିବା ବେଳେ ମିଲି ସହିତ ସେ ଦୁୁଷ୍କର୍ମ କରିଥିଲା।

ମିଲି ଘରକୁ ଫେରି ଯନ୍ତ୍ରଣା ଅନୁଭବ କରିବାରୁ ତା’ର ବାପାମା’ ଘଟଣା ସମ୍ପର୍କରେ ଜାଣିଥିଲେ। ଘଟଣାଟି ଦୁହିଁଙ୍କୁ ସମ୍ପୂର୍ଣ୍ଣ ବିଚଳିତ କରିଦେଇଥିଲା। ବାପାମା’ ଝିଅକୁ ତୁରନ୍ତ ସ୍ଥାନୀୟ ନୀଳଗିରି ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଝିଅର ଡାକ୍ତରୀମାଇନା କରାଯାଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ପରିବାର ଘଟଣାକୁ ଚପେଇବା ପାଇଁ ଭରପୂର ଉଦ୍ୟମ କରିଥିଲେ। ପ୍ରଥମେ ପୀଡ଼ିତାଙ୍କ ଘରେ ପହଞ୍ଚି ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ଏ ଘଟଣା ବାହାରେ ପ୍ରକାଶ ନ କରିବାକୁ ଚାପ ମଧ୍ୟ ପକାଇଥିଲେ। ପୁଣିଥରେ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କ ପରିବାର ଉପରେ ପୁଣିଥରେ ଚାପ ପକାଇଥିଲେ। ମାତ୍ର, ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତଙ୍କ ପରିବାର ପ୍ରତିଶ୍ରୁତି ମୁତାବକ ଆଉ ଔଷଧ ଖର୍ଚ୍ଚ ଦେଇନଥିଲେ। ଫଳରେ, ଏହାପରେ ପୀଡ଼ିତାର ବାପା ନୀଳଗିରି ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତର ପରିବାର ସେଠାରେ ମଧ୍ୟ ମାମଲାକୁ ରଫାଦଫା କରିବାକୁ ପ୍ରୟାସ ହୋଇଥିଲା। ତେବେ, ଏସପିଙ୍କ ନିର୍ଦ୍ଦେଶକ୍ରମେ ଶେଷରେ ଅଭିଯୋଗକୁ ଭିତ୍ତିି କରି ଥାନା ପକ୍ଷରୁ ୭୨/୧୮ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe