Advertisment

ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା: ହାଇଦ୍ରାବାଦ ପୁଲିସ ଦ୍ବାରା ଚାରି ଅଟକ

Advertisment
ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା: ହାଇଦ୍ରାବାଦ ପୁଲିସ ଦ୍ବାରା ଚାରି ଅଟକ

ସୋର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ସିଂହାଣୀ ପୋଖରୀ ଗ୍ରାମର ମାୟାଧର ବାରିକଙ୍କ ଝିଅ ଗୀତାଞ୍ଜଳି ବାରିକ ହାଇଦ୍ରାବାଦ କୁରୁକୁଣ୍ଡା ବିଦ୍ୟା ନିକେତନରେ ସିକ୍ୟୁରିଟି କାର୍ଯ୍ୟ କରୁଥିବା ବେଳେ ସ୍କୁଲର ୪ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

publive-image

ଗୀତାଞ୍ଜଳିଙ୍କ ହତ୍ୟା ଖବର ପାଇ ତାଙ୍କ ମା ପବିତ୍ରା ବାରିକ ହାଇଦ୍ରାବାଦକୁ ଯାଇଥିବା ବେଳେ ୪ଦିନ ହେଲାଣି ଝିଅର ଶବକୁ ଦେଖିପାରିନାହାନ୍ତି। ଗ୍ରାମବାସୀମାନେ ହତ୍ୟା କରିଥିବା ୪ଜଣ ଯୁବକଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି। ଗୀତାଞ୍ଜଳିଙ୍କ ବାପା ମାୟାଧର ହୃଦ ରୋଗରେ ଆକ୍ରାନ୍ତ ଥିବାରୁ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ। ପରିବାର ପ୍ରତିପୋଷଣ କରିବା ପାଇଁ ସମ୍ପର୍କୀୟଙ୍କ ସହିତ ଗୀତାଞ୍ଜଳି ହାଇଦ୍ରାବାଦରେ ଥିବା ଏକ ଘରୋଇ ସ୍କୁଲରେ ୨ବର୍ଷ ଧରି କାର୍ଯ୍ୟ କରନ୍ତି। ଉକ୍ତ ସ୍କୁଲରେ ୪ଯୁବକ ରହୁଥିବ ଉପର ମହଲାରେ ରହୁଥିବା ବେଳେ ଗୀତାଞ୍ଜଳି ତଳ ମହଲାରେ ରହୁଥିଲା। ଯାହା ପରିବାର ଲୋକ କୁହନ୍ତି ଗୋଟିଏ ଜାଗାରେ ରୋଷେଇ କରି ଖାଆନ୍ତି। ହେଲେ ୭ତାରିଖ ଦିନ ଗୀତାଞ୍ଜଳିଙ୍କ ପରିବାର ଲୋକ ଙ୍କୁ ଥାନାରୁ ଫୋନ ଆସିଥିଲା।

ଝିଅର ମୃତ୍ୟୁ ଖବର ଶୁଣି ମା ସଂଗେ ସଂଗେ ହାଇଦ୍ରାବାଦ ଯାଇଥିଲେ। ୪ଦିନ ବିତିଯାଇଥିବା ବେଳେ ଗାଁକୁ ମୃତ ଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି। ହାଇଦ୍ରାବାଦ ପୁଲିସ ଘଟଣାସ୍ଥଳରୁ ସିସିଟିଭି ଯାଞ୍ଚ କରି ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe