ବାଲେଶ୍ବର: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରେ ବାଂଲାଦେଶ ହିଂସା କାରଣରୁ ପଶ୍ଚିମବଙ୍ଗ ମେଦିନପୁରରେ ଫସିଥିବା ଓଡ଼ିଶାର ରୋଗୀ ରାଜ୍ୟକୁ ଫେରିଛନ୍ତି। ୧୫୫ ଜଣ ଓଡ଼ିଶାରେ ପହଞ୍ଚିଛନ୍ତି। ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୁଲିସ। ସେମାନଙ୍କୁ ୩ଟି ବୋଲେରୋ, ଦୁଇଟି କାର ଏବଂ ଦୁଇଟି ବସରେ ଓଡ଼ିଶା ଅଣାଯାଇଛି।
ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୫୦ ଜଣ ଲୋକ ରହିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର କେଶପୁର ଖଡ଼ିକା ଅଞ୍ଚଳରେ ଥିବା ବାବାଙ୍କ ପାଖକୁ ଯାଇଥିବା ବେଳେ ପଶ୍ଚିମବଙ୍ଗର ଲୋକମାନେ ଅଟକ ରଖି ପିଟାମରା କରିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ଖବର ଜାଣିବା ପରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇ ପଶ୍ଚିମ ମେଦିନୀପୁର ପୁଲିସ ସହିତ ଯୋଗାଯୋଗ କରିଥିଲେ। ଏହାପରେ ପଶ୍ଚିମବଙ୍ଗ ପୁଲିସ ସେମାନଙ୍କୁ ଆଣି ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଛାଡ଼ିଛି।
Follow Us