ଦଶହରା ଛୁଟିରେ ଘରକୁ ଫେରୁଥିବା ଶ୍ରମିକ ଟ୍ରେନ୍‌ରୁ ଖସି ମୃତ

Advertisment
ଦଶହରା ଛୁଟିରେ ଘରକୁ ଫେରୁଥିବା ଶ୍ରମିକ ଟ୍ରେନ୍‌ରୁ ଖସି ମୃତ

ବାଲେଶ୍ୱର: ଦଶହରା ଛୁଟିରେ ଘରକୁ ଫେରୁଥିବା ଜଣେ ଶ୍ରମିକ ମଙ୍ଗଳବାର ଟ୍ରେନରୁ ଖସି ପଡ଼ିବାରୁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ହେମପୁର ନିବାସୀ ଶ୍ରୀଧର ଜେନା(୪୨) ଭୁବନେଶ୍ୱରସ୍ଥିତ ଏକ ପାଇପ ଲାଇନ କମ୍ପାନୀରେ ଶ୍ରମିକ ଭାବରେ କାମ କରନ୍ତି। ଦଶହରା ଛୁଟିରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ସହର ନିକଟସ୍ଥ ତାମୁଲିଆ ଫାଟକ ନିକଟରେ ଟ୍ରେନରୁ ଖସିପଡ଼ିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରୀଧରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପୂର୍ବରୁ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe