ବାଲେଶ୍ୱର: ଟୁରିଷ୍ଟ ବସ ଧକ୍କା ଦେବାରୁ ଜଣେ ମୃତ

Advertisment
ବାଲେଶ୍ୱର: ଟୁରିଷ୍ଟ ବସ ଧକ୍କା ଦେବାରୁ ଜଣେ ମୃତ

ବାଲେଶ୍ୱର: ଚାନ୍ଦିପୁର ଥାନା ଅନ୍ତର୍ଗତ ଝମ୍ପରା ବଜାର ନିକଟରେ ଟୁରିଷ୍ଟ ବସ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସାଇକେରା ଅଞ୍ଚଳର ବଡ଼ଚକ ଗ୍ରାମର କାର୍ତ୍ତିକ ଖୀଲାରଙ୍କ ପୁଅ ଦୁର୍ଗା ଖୀଲାର(୧୮)। ବଜାରରୁ ଜିନିଷ କିଣି ଘରକୁ ଫେରିବା ବାଟରେ ଟୁରିଷ୍ଟ ବସ ଧକ୍କା ଦେବାରୁ ଦୁର୍ଗା ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଦୁର୍ଗାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଦୁର୍ଗାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ବିରୋଧ କରି ରାସ୍ତାରୋକ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ପୁଲିସ ଟୁରିଷ୍ଟ ବସ୍‌କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe