ନୀଳଗିରି: ପୋଖରିରେ ବୁଡ଼ି ଜଣେ ମୃତ

Advertisment
ଭଦ୍ରକ: ପରକୀୟା ପ୍ରୀତି ଯୋଗୁଁ ଶାବଳ ମାଡ଼ରେ ଯୁବକଙ୍କ ଜୀବନ ଗଲା, ଜଣେ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ମଙ୍ଗରବାର ପୋଖରିରେ ବୁଡ଼ି ଜଣେ ଲେକଙ୍କ ମୃତ୍ୟୁ ହୋଇଛି। ନରଣପୁର ପଞ୍ଚାୟତ ଅନ୍ତର୍ଗତ ଘୁଣ୍ଟିବଣିଆ ଗ୍ରାମର ସ୍ୱର୍ଗତ କନ୍ଦା ମାଝୀଙ୍କ ପୁଅ କୁଶ ମାଝୀ(୫୫)ଙ୍କ ମୃତ୍ୟୁ ହୋଇଛି। ସେ ନିକଟସ୍ଥ ପୋଖରିକୁ ଗାଧୋଇବା ପାଇଁ ଅପରାହ୍ନରେ ଯାଇଥିଲେ। ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରି ବିଫଳ ହେବା ପରେ ପୋଖରି ଆଡ଼କୁ ଯାଇଥିଲେ। ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ନିଆ ଯାଇଥିଲା। ହସ୍ପିଟାଲରେ କୁଶ ମାଝୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe