କୁକୁଡ଼ା ଲଢ଼େଇରୁ ଫେରୁଥିବା ଯୁବକଙ୍କୁ ଗୁଳି କଲେ ଦୁର୍ବୃତ୍ତ, କଟକ ସ୍ଥାନାନ୍ତର

Advertisment
କୁକୁଡ଼ା ଲଢ଼େଇରୁ ଫେରୁଥିବା ଯୁବକଙ୍କୁ ଗୁଳି କଲେ ଦୁର୍ବୃତ୍ତ, କଟକ ସ୍ଥାନାନ୍ତର

ବାଲେଶ୍ୱର: କୁକୁଡ଼ା ଲଢ଼େଇ ପ୍ରତିଯୋଗିତାରୁ ସାଥୀମାନଙ୍କ ସହିତ ଘରକୁ ଫେରୁଥିବା ଜଣେ ଯୁବକଙ୍କୁ ଶନିବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଗୁଳି କରି ଫେରାର ହୋଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କୁରୁଡ଼ା ନିକଟସ୍ଥ ବାଙ୍ଗରା ଠାରେ ଅନୁଷ୍ଠିତ କୁକୁଡ଼ା ଲଢ଼େଇରୁ ସହେଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ନିବାସୀ ଗଦାଧର ହେମ୍ବ୍ରମ(୨୫) ନିଜର ଅନ୍ୟ ୨ଜଣ ସାଙ୍ଗମାନଙ୍କ ସହିତ  ବାଇକରେ ଫେରୁଥିଲେ। ଏହାରି ଭିତରେ ତାଙ୍କୁ ପଛରୁ ଅନ୍ୟ ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଅନୁସରଣ କରୁଥିଲେ।

ସହରର ବ୍ୟସ୍ତବହୁଳ ସ୍ଥାନ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଗଦାଧରଙ୍କୁ ଗୁଳି ମାରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗଦାଧର ବାଇକ୍‌ର ପଛ ପଟରେ ବସିଥିବାରୁ ତାଙ୍କ ଶରୀରରେ ଗୁଳି ପ୍ରବେଶ କରିଛି। ହଠାତ୍‌ ଭୀଷଣ ଶବ୍ଦ ହେବା ପରେ ବାଇକ୍‌ ଚାଳକ ଅଟକି ଯାଇଥିଲେ। କ’ଣ ହେଲା ବୋଲି କିଛି ଭାବିବା ପୂର୍ବରୁ ଗଦାଧରଙ୍କ ଶରୀର ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ଟାଉନ୍‌ ପୁଲିସ ଓ ସହଦେବଖୁଣ୍ଟା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟଣା ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe