ନୀଳଗିରିରେ ବୋଲେରୋ-ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ନୀଳଗିରିରେ ବୋଲେରୋ-ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ନୀଳଗିରି: ରାଜ୍ୟ ରାଜପଥ କ୍ରମାଙ୍କ ୧୯ରେ ରବିବାର ପୂର୍ବାହ୍ଣ ୧୧ଟାରେ ବୋଲେରୋ-ବାଇକ ଦୁର୍ଘଟଣା ହେବାରୁ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ସଜନାଗଡ଼ା ଗ୍ରାମର ସ୍ୱର୍ଗତ ପାଣ୍ଡୁ ବାଗଙ୍କ ପୁଅ ବାବୁ ବାଗ ବୋଲି ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାବୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ବୋଲେରୋକୁ ସ୍ଥାନୀୟ ଲୋକେ କେଉଁଠି ଲୁଚାଇ ଦେଇଥିଲେ ତାହା ମିଳି ନଥିଲା। ବାବୁଙ୍କୁ ହସ୍ପିଟାଲ ନେବାକୁ ହସ୍ପିଟାଲ ଫୋନ୍‌ କରାଯାଇଥିଲା। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ଉପଲବ୍ଧ କରାଯାଇ ପାରି ନଥିଲା। କର୍ତ୍ତୃପକ୍ଷ କହିଥିଲା,  ହସ୍ପିଟାଲରେ ଗୋଟିଏ ମାତ୍ର ଆମ୍ବୁଲାନ୍ସ ଅଛି, ଯାହାକି କୌଣସି ଏକ ରୋଗୀ କାମରେ ଯାଇଛି। ଶେଷରେ ବାବୁକୁ ଦମକଳ ଗାଡ଼ିରେ ହସ୍ପିଟାଲ ନିଆଯାଇ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe