ଦୋକାନରୁ ଚୋରି କଲେ ବୋଲି ୪ ଚୋରଙ୍କୁ ନିସ୍ତୁକ ପିଟିଲେ; ଜଣେ ମୃତ

ଏକ ଦୋକାନରୁ ଚୋରି କଲେ ବୋଲି ୪ ଜଣ ଯୁବକଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ନିର୍ଘାତ୍‌ ମାଡ଼ ମରାଯାଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଡାକ୍ତରଖାନା​ରେ ଚିକିତ୍ସିତ ହେଉଛନ୍ତି।

Young man bitten to death in Basta of Balesore.

Young man bitten to death in Basta of Balesore. Photograph: (Sambad )

ବସ୍ତା-୨: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ସନ୍ଧ୍ୟାରେ ଜଣାପଡ଼ିଛି। ଏକ ଦୋକାନରୁ ଚୋରି କଲେ ବୋଲି ୪ ଜଣ ଯୁବକଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ନିର୍ଘାତ୍‌ ମାଡ଼ ମରାଯାଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଡାକ୍ତରଖାନା​ରେ ଚିକିତ୍ସିତ ହେଉଛନ୍ତି।

ଏହି ଖବର ପଢ଼ନ୍ତୁ: ‘ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣୁ ଗଣମାଧ୍ୟମ’

ସୂଚନା ଅନୁସାରେ ସିଂଲା ଥାନା ଅଧୀନ ସାର୍ଥା ଗାଁ’ର ଅଜୟ ଦାସ ସାର୍ଥା ଛକରେ ଏକ ଲୁଗା ଦୋକାନ କରିଛନ୍ତି। ଗତକାଲି ରାତି ତାଙ୍କ ଦୋ​କାନର ତାଲା ଭାଙ୍ଗି ଲୁଗା ଓ ଟଙ୍କା ଚୋରି ହୋଇଥିଲା। ଫଳରେ ଆଜି ସକାଳେ ଅଜୟ ସଂଦେହରେ ତାଙ୍କ ପରିବାର ଲୋକ, ସଂପର୍କୀୟ ଓ କିଛି ଗାଁ ଲୋକଙ୍କ ସହ ଯାଇ ସାର୍ଥା ଗାଁ’ର ତ୍ରିଲୋଚନ ପ୍ରଧାନ (୩୨)ଙ୍କ ସହ ସତୀଶ ସିଂ (୩୫), ତପୁଆ ମହାନ୍ତି (୩୨) ଓ ତପନ ପ୍ରଧାନ (୧୯)ଙ୍କୁ ଧରି ଆଣି ଓଡ଼ିଶାଳ ଛକସ୍ଥିତ ଏକ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ଲୁହାରଡ୍‌ରେ ମାଡ଼ ନିର୍ଘାତ ମାଡ଼ ମାରିଥିଲେ। ନିସ୍ତୁକ ମାଡ଼ ଖାଇବା ଦ୍ବାରା ତ୍ରିଲୋଚନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ସତୀଶ, ତପୁଆ ଓ ତପନ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତ୍ରିଲୋଚନଙ୍କୁ ଉଦ୍ଧାର କରି ସିଂଲା ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: ସରକାର-ନକ୍ସଲ ମଧ୍ୟରେ ଶାନ୍ତିବାର୍ତ୍ତା ପାଇଁ ନକ୍ସଲଙ୍କ ପାଖକୁ ଗଲେ ଯବାନ୍‌

୪ଜଣଙ୍କୁ ଭିଡ଼ରେ ଥିବା ଲୋକେ ଓଡ଼ିଶାଳ ଛକସ୍ଥିତ ଏକ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ଲୁହାରଡ୍‌ରେ ମାଡ଼ ନିର୍ଘାତ ମାଡ଼ ମାରିଥିଲେ।ନିସ୍ତୁକ ମାଡ଼ ଖାଇବା ଦ୍ବାରା ତ୍ରିଲୋଚନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ସତୀଶ, ତପୁଆ ଓ ତପନ ଗୁରୁତର ଆହତ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା

​ପରିବାର ଲୋକ ଗୁରୁତର ସତୀଶ, ତପୁଆ ଓ ତପନଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନେଇଥିଲେ। ଏବେ ସେମାନଙ୍କର ଚିକିତ୍ସା ଜରି ରହିଛି। ଏପରି ସମୟରେ ଦୋକାନୀ ଅଜୟ ଚୋରି ବାବଦ ସିଂଲା ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ମୃତକ ତ୍ରିଲୋଚନଙ୍କ ପରିବାର ଲୋକ ଦୋକାନୀ ଅଜୟ ଓ ତାଙ୍କ ସହଯୋଗୀଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସିଂଲା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ ସେଠାରେ ସିଂଲା ଥାନା ଅଧିକାରୀ ଭୁବନମୋହନ ସେଠୀ ଏବଂ ବଢ଼ାଣ ଫାଣ୍ଡି ଅଧିକାରୀ ସୁରେଶ ମହାଳିକ ପୁଲିସ ଫୋର୍ସ ସହ ପଇଁତରା ମାରୁଛନ୍ତି।

ଏହି ଖବର ପଢ଼ନ୍ତୁ: ପଶ୍ଚିମବଙ୍ଗର ଭୋଟର ତାଲିକାରେ ବାଂଲାଦେଶୀ ଆତଙ୍କବାଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe