Advertisment

୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍: ୩ କର୍ମଚାରୀ ଗୁରୁତର

Advertisment
୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍: ୩ କର୍ମଚାରୀ ଗୁରୁତର

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ସ୍ଥିତ ଆରଏମସି ମୋବାଇଲ ଚେକ ପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସି ପଡ଼ିଛ ପିକଅପ୍। ୩ ଜଣ ଆରଏମସି କର୍ମଚାରୀ ଗୁରୁତର।
ବିବରଣୀରୁ ପ୍ରକାଶ ଯେ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଆଜି ଭୋର ସମୟରେ ବାଲେଶ୍ବରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କାଗଜ ବୋଝେଇ ପିକଅପ୍ ଭାରସାମ୍ୟ ହରାଇ ଚେକ ପୋଷ୍ଟକୁ ଧକ୍କା ଦେଇ ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲକୁ ନେଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍କଟାପନ୍ନ ହେବାରୁ ପୁଣି ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ପିକଅପ୍ ଚାଳକଙ୍କ ସ୍ଥାନୀୟ ଲୋକେ ଅଟକ ରଖି ବସ୍ତା ପୁଲିସ ଜିମାରେ ଦେଇଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନଟି ବସ୍ତା ଥାନା ସୀମାରେ ହୋଇ ଥିବାରୁ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତରମାନେ ହେଉଛନ୍ତି ଗୋପାଳ ଚନ୍ଦ୍ର ସିଂ, ନିର୍ମଳ ଚନ୍ଦ୍ର ଘୋଷ ଓ ରତ୍ନାକର ମଣ୍ଡଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe