Advertisment

ସିମୁଳିଆ ବିଜେପିର ବିଜୟ ଯାତ୍ରା ଡିଜେକୁ ବନ୍ଦ କଲେ ନୀଳଗିରି ଏସଡିପିଓ

Advertisment
ସିମୁଳିଆ ବିଜେପିର ବିଜୟ ଯାତ୍ରା ଡିଜେକୁ ବନ୍ଦ କଲେ ନୀଳଗିରି ଏସଡିପିଓ

ଖଇରା: ବିଜେପିର ବିଜୟ ଶୋଭାଯାତ୍ରା ଡିଜେକୁ ବନ୍ଦ କରିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଏସଡିପିଓ। ସିମୁଳିଆ ବିଧାନସଭା ଆସନରୁ ବିଜେପିର ବିଧାୟକ ପଦ୍ମଲୋଚନ ପଣ୍ଡା ଜିତିବା ପରେ ବୁଧବାର ସଂଧ୍ୟାରେ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ଡିଜେ ବଜାଇ ନିଜର ବିଜୟ ଉତ୍ସବ ମନାଉଥିଲେ। ଏହି ସମୟରେ ଧୋବାଗାଡ଼ିଆ ରାଣୀତାଲ ରାସ୍ତାର ନହଙ୍ଗ ଠାରେ ଏସ୍ଡ଼ିପିଓ ସରୋଜ କୁମାର ଉପାଧ୍ୟୟ, ଖଇରା ଥାନା ଆଇଆଇସି ଗୟାଧର ବେହେରାଙ୍କ ସହ ପହଞ୍ଚି ଡିଜେ ବନ୍ଦ କରିଥିଲେ। ଏହାଫଳରେ ପଦ୍ମଲୋଚନ ପଣ୍ଡାଙ୍କ ବିଜୟ ଯାତ୍ରା ବନ୍ଦ ହୋଇ ଯାଇଥିଲା ଏବଂ ପ୍ରସେସନରେ ଥିବା ଲୋକମାନେ ଉତ୍ତ୍ୟକ୍ତ ହୋଇଥିଲେ। ମାତ୍ର ସେଠାରେ ଉପସ୍ଥିତ ପୁଲିସ ଫୋର୍ସ ଘଟଣାଟିକୁ ନିଜ ଆୟତ୍ତକୁ ନେଇଥିଲେ।

ବିଜୟ ଯାତ୍ରାରେ ଡିଜେ ବାଜିବାର ନିୟମ ନଥିବାବେଳେ ଏଥିଲାଗି ପରିବହନ ବିଭାଗ ପକ୍ଷରୁ ଜରିମାନା ଲଗାଯିବ ବୋଲି ଏସ୍ଡ଼ିପିଓ ଶ୍ରୀ ଉପାଧ୍ୟୟ ପ୍ରକାଶ କହିଛନ୍ତି। ସେହିପରି ବିରୋଧୀ ନେତାଙ୍କ ଏହା ହୀନ ଚକ୍ରାନ୍ତ ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe