ଲଭ ସେକ୍ସ ଧୋକା: ଦୁଇ ମାସର ଗର୍ଭବତୀ ମହିଳା ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

Advertisment
ଲଭ ସେକ୍ସ ଧୋକା: ଦୁଇ ମାସର ଗର୍ଭବତୀ ମହିଳା ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ସୋର: ବିହାର ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀ ସୋର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ପରେ ପ୍ରତାରଣାର ଶିକାର ହୋଇ ସୋର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ ସୋର ଥାନା ସବିରା ଅଞ୍ଚଳର ଅବିନାଶ ପରିଡା ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି ସେହି ରେଷ୍ଟୁରାଣ୍ଟରେ ବିହାର ଅଞ୍ଚଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ।

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟେ ଗତ ବର୍ଷ ଡିସେମ୍ବର ମାସରେ ମନ୍ଦିରରେ ଓ ଚଳିତ ବର୍ଷ ଜାନୁଆରି  ୨୦ ତାରିଖରେ ନୋଟାରି ବିବାହ କରିଥିଲେ। ମାତ୍ର ଗତ ୪ ତାରିଖ ରାତିରେ ଅବିନାଶ ଉକ୍ତ ଯୁବତୀଙ୍କର ଲାପଟପ,ମୋବାଇଲ, କିଛି ଗହଣା ଓ ନଗଦ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ଅବିନାଶ ନିଜ ଗାଁକୁ ଚାଲି ଆସିଥିବା ନେଇ ମହିଳା ଜଣଙ୍କ ଜାଣିବା ପରେ ତାଙ୍କ ସହ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରିବାରେ ମଧ୍ୟ ବିଫଳ ହେବାରୁ ସୁଦୂର ହାଇଦ୍ରାବାଦରୁ ଆସି ସନ୍ଧ୍ୟାରେ ସୋର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ସୋର ପୁଲିସ ମହିଳା ଜଣଙ୍କୁ ସୁଧାର ଗୃହରେ ରଖିବା ସହିତ ଅଭିଯୋଗ ମୂଳେ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe