ଅସୁସ୍ଥ ପରମ୍ପରାର ଆଉ ଏକ ଉଦାହରଣ: ଜେଲ୍‌ ଭିତରେ ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଭିଆଇପି ଟ୍ରିଟ୍‌ମେଣ୍ଟ!

Advertisment

ସୋର: ଜେଲ୍‌ରେ ବି କଏଦୀଙ୍କୁ ମିଳୁଛି ଭିଆଇପି ଟ୍ରିଟ୍‌ମେଣ୍ଟ..! ଘଟଣାଟି ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଅଭିଯୋଗ ସାମ୍ନାକୁ ଆସିଥିବା ବ‌େଳେ ଏଥର ବାଲେଶ୍ବର ଜିଲ୍ଲା ସୋର ସବ୍‌-ଜେଲ୍‌ରେ ଏହି ଅସୁସ୍ଥ ପରମ୍ପରାର ପୁନରାବୃତ୍ତି ହୋଇଛି।
ସୂଚନା ଅନୁସାରେ; ଏକ ଆକ୍ରମଣ ଓ ଦୁଷ୍କର୍ମ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁମାଧବ ପଣ୍ଡା ଗତ ୧୨ ତାରିଖ ଦିନ ଗିରଫ ହୋଇଥିଲେ। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ସୋର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।
ଏପରି ସମୟରେ କିଛିଦିନ ତଳେ ଜେଲ୍‌ ଭିତରେ ରେକର୍ଡ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟିରେ ଅଭିଯୁକ୍ତ ଓ ତାଙ୍କ ପତ୍ନୀ ତଥା କିଛି ସହଯୋଗୀ ଚେୟାର ଟେବୁଲ୍‌ ପକାଇ ବସିବା ସହ ହସିହସି କଥାବାର୍ତା କରୁଛନ୍ତି। ସେହିପରି ଅଭିଯୁକ୍ତ ମୋବାଇଲ୍‌ରେ କଥା ହେଉଥିବା ଦୃଶ୍ୟ ମଧ୍ୟ ଉକ୍ତ ଭିଡିଓରେ ରହିଛି।
ତେବେ ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଫଳରେ ଜେଲ୍‌ରେ ଯେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଉଛି, ସେକଥା ଜଣାପଡ଼ିବା ପରେ ବିଭିନ୍ନ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ଏହି ଘଟଣାରେ ସବ୍‌-ଜେଲ ଅଜୟ କୁମାରଙ୍କ ଭୂମିକା ନେଇ ମଧ୍ୟ ଅନେକେ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମ କଥା ହେଲା, ଜେଲ୍‌ ଭିତରେ ଭିଆଇପି ଟ୍ରିଟ୍‌ମେଣ୍ଟ ଭଳି ଏକ ଅସୁସ୍ଥ ପରମ୍ପରାକୁ ପ୍ରୋତ୍ସାହନ କିପରି ଦିଆଗଲା ଏବଂ ଦ୍ବିତୀୟ କଥା ହେଲା, ଜେଲ୍‌ ଭିତରର ଭିଡିଓ ପଦାକୁ ଆସିଲା କେମିତି!
‌ଏନେଇ ‘ସମ୍ବାଦ’ ପକ୍ଷରୁ ‌ସବ୍‌-ଜେଲର ଶ୍ରୀ ଗୁରୁଙ୍କ ସହ ମତାମତ ପାଇଁ ଯୋଗଯୋଗ କରାଯାଇଥିଲା। ହେଲେ ସେ ମୋବାଇଲ୍‌ ଉଠାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe