ସୋର ଥାନାର ବଡ଼ଗାଁରେ ଡକାୟତି

Advertisment
ସୋର ଥାନାର ବଡ଼ଗାଁରେ ଡକାୟତି

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋର ଥାନା ବଡ଼ଗାଁରେ ଗତ ବିଳମ୍ବିତ ରାତ୍ରରେ ଡକାୟତି ହୋଇଛି। ଗ୍ରାମର ଗିରିଧାରୀ ମଳିକଙ୍କ ଘରେ ଦୁର୍ବୃତ୍ତମାନେ ଗ୍ରିଲ ଭାଙ୍ଗି ଭିତରକୁ ପଶିଥିବା ବେଳେ ଗିରିଧାରୀଙ୍କ ପୁଅ ସୁଜିତ ଉଠି ପଡ଼ିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଘର ଲୋକଙ୍କୁ ଘେରି ଯାଇଥିଲେ। ଏହାପରେ ଘରେ ଥିବା ୫୦ ହଜାର ଟଙ୍କା ଲୁଟି ନେଇଥିଲେ।

ପୁଅର ଅବସ୍ଥା ଦେଖି ପରିବାର ଲୋକ ଚିତ୍କାର କରିବାରୁ ଗାଁ ଲୋକ ଉଠି ଆସିଥିଲେ। ଫଳରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏନେଇ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe