ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ଅଭୟାରଣ୍ୟ ହାତୀ: ଚିନ୍ତାରେ ଚାଷୀ

ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ଅଭୟାରଣ୍ୟ ହାତୀ: ଚିନ୍ତାରେ ଚାଷୀ

ନୀଳଗିରି: ସରିଲା ପୁରୁଣା ବର୍ଷ କିନ୍ତୁ ସରିନି ଚାଷୀଙ୍କ ଦୁଃଖ। ଖାଦ୍ୟ ଅନ୍ୱେଷଣରେ ଏବେ ଗାଁମୁହାଁ କୁଲଡିହା ଅଭୟାରଣ୍ୟର ହାତୀ। ଚିନ୍ତାରେ ଚାଷୀକୁଳ। ଅଳ୍ପ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛି ଅନେକ ଜୀବନ। ଘର ବାରଣ୍ଡାରୁ ଧାନ ଅଖାରୁ ଧାନ ଖାଇବା ସହିତ ହାତୀମାନେ ଘଟାଉଛନ୍ତି ବ୍ୟାପକ ଉପଦ୍ରବ। ସନ୍ଧ୍ୟା ହେଲେ ଗାଁର ସମସ୍ତ ଘରେ ପଡୁଛି ତାଟି କବାଟ, ଗାଁ ସଂପୂର୍ଣ୍ଣ ଖାଁ ଖାଁ। ଧାନମଣ୍ଡିଗୁଡ଼ିକ ସଠିକ ଭାବରେ ଚଲାଯାଉନଥିବାରୁ ଚାଷୀମାନଙ୍କ ଘରେ ଧାନ ରହିଯାଉଛି, ଯାହାର ବାସ୍ନା ପାଇ ହାତୀମାନେ ଗାଁମୁହାଁ ହେଉଛନ୍ତି।

publive-image
ସୂଚନାଯୋଗ୍ୟ, କୁଳଡିଆ ଅଭୟାରଣ୍ୟ ପାଦ ଦେଶରେ ଥିବା ନୀଳଗିରି ରେଞ୍ଜ ଅଧିନ ବାଉଁଶବଣିଆ ପଞ୍ଚାୟତର ଯୁଣିଆ ଗାଁରେ ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖା ଦେଇଛି। ଗାଁର ଗୀତାଞ୍ଜଳି ନାୟକ ଘରେ ପିଲା ଛୁଆଙ୍କ ସହିତ ଖାଉଥିବା ସମୟରେ ହାତୀ ପଛପଟୁ ଘର ଭାଙ୍ଗି ଥିଲା। ଅବଶ୍ୟ ମା ଛୁଆ ଦଉଡ଼ି ପଳାଇଥିଲେ। ସେହିପରି ଗାଁର ପ୍ରତାପ ନାୟକଙ୍କ ଘରୁ ଧାନ ଅଖାରୁ ଧାନ ଖାଇବା ସହିତ ବ୍ୟାପକ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଗାଁ ଲୋକେ ଏକାଠି ହୋଇ ହାତୀକୁ ଘଉଡ଼ାଇଥିଲେ।

ଏ ନେଇ ବାରମ୍ୱାର ବନ ବିଭାଗକୁ କହିବା ପରେ ମଧ୍ୟ ଅଞ୍ଚଳରେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ କରିଛନ୍ତି ଲୋକେ। ନୀଳଗିରି ରେଞ୍ଜର ଫରେଷ୍ଟର ନିଜ କାମରେ ଖିଲାପି କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତୀମାନେ ଗାଁମୁହାଁ ହୋଇ ଧାନ ଖାଉଥିବା ବେଳେ ବନବିଭାଗ ନିଘୋଡ଼ ନିଦରେ ଶୋଇରହୁଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଚାଷୀ।  ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତାକୁ ଆସିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe