ଦୋକାନୀଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଦୋକାନୀଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରା: ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ସାରଡାଙ୍ଗ ଗ୍ରାମର ଜଣେ ଜଳଖିଆ ଦୋକାନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ସାରଡାଙ୍ଗ ଗ୍ରାମର ୫୪ବର୍ଷୀୟ ଗୋପାଳ ଚନ୍ଦ୍ର ରଣା ଗତ ରାତିରେ ସାରଡାଙ୍ଗ ବଜାରରେ ଥିବା ନିଜ ଦୋକାନରେ ଶୋଇଥିଲେ। ହେଲେ ଆଜି ସକାଳେ ଗ୍ରାମବାସୀମାନେ ଦୋକାନକୁ ଆସି ଗୋପାଳ ଉଠିନଥିବା ଦେଖିଥିଲେ।

ପରେ ଗ୍ରାମବାସୀମାନେ ଡାକିବା ସହିତ ଦୋକାନ ପଛପଟେ ଯାଇ ଗୋପାଳଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଖଇରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe