ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ: ଜାଳିଲା ବାଇକ୍ ଓ ଗୁହାଳ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

Advertisment
ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ: ଜାଳିଲା ବାଇକ୍ ଓ ଗୁହାଳ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ମୂଳାଗଡି ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ରବୀନ୍ଦ୍ର ପରିଡ଼ାଙ୍କର ସାନ ପୁଅ ରଞ୍ଜନ ପରିଡ଼ା ଗତକାଲି ମଧ୍ୟରାତ୍ରରେ ଅତ୍ୟଧିକ ମଦ ପିଇ ବାଇକରେ ନିଆଁ ଲଗାଇବା ସହ ଗୋରୁ ଗୁହାଳରେ ନିଆଁ ଲଗାଇ ଦେଇଥିଲେ।ପରେ ବାପା ଓ ବଡ଼ ଭାଇଙ୍କୁ ଧାରୁଆ କଟୁରିରେ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଉଭୟଙ୍କୁ ଉଦ୍ଧାର କରିଥିଲେ। ବାପା ଓ ବଡ଼ଭାଇ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି।

ଖବର ପାଇ ନୀଳଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ରଞ୍ଜନ ପରିଡ଼ାଙ୍କୁ ଧରିଆଣି ଥାନାରେ ଅଟକ ରଖିଛି। ଏହି ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନା ସୃଷ୍ଟି ହୋଇଛି। ରଞ୍ଜନ କେଉଁ ଉଦ୍ଦେଶ୍ୟରେ ଏହା କରିଥିଲା ତାହାର ସଠିକ ତଥ୍ୟ ଏଯାଏ ମିଳି ପାରି ନାହିଁ। ପୁଙ୍ଖନୁପୁଙ୍ଖା ତଦନ୍ତ ପରେ ସଠିକ ତଥ୍ୟ ଜଣା ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe