ସୋରରେ ଅଭାବନୀୟ ଘଟଣା: ପୁଅର ଠେଙ୍ଗା ମାଡ଼ରେ ମାଆ ମୃତ

Advertisment
ଲଭ ସେକ୍ସ ଧୋକା: ଦୁଇ ମାସର ଗର୍ଭବତୀ ମହିଳା ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ବାଲେଶ୍ୱର: ପୁଅକୁ ଛାତିର ଅମୃତ ପିଆଇ ବଡ଼ କରିଥିଲା। ନିଜେ ଉପାସ ରହି ପେଟ ଭରିଥିଲା। ସବୁ ଅଝଟ ସହିଥିଲା। ‌ସେ କ’ଣ ଭାବିଥିଲା, ତା’ରି ହାତରେ ଦିନେ ଜୀବନ ଯିବ ବୋଲି! ହେଲେ ସେମିତି ହିଁ ଘଟିଛି।
ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ଗୁଜୁଡ଼ିହା ଗାଁ’ର ଘଟଣା। ସତ୍ୟଭାମା ବେହେରା (୬୦) ଏବଂ ତାଙ୍କ ପୁଅ ରତିକାନ୍ତ ‌ବେହେରା (୨୮) ଆଜି ସକାଳେ ‌ଘରେ ଥିଲେ। ତେବେ କୌଣସି କଥାକୁ ନେଇ ସତ୍ୟଭାମା ଓ ରତିକାନ୍ତଙ୍କ ମଧ୍ୟ‌ରେ ପାଟିତୁଣ୍ଡ ହୋଇଥିଲା। ଏତିକିବ‌େଳେ ରତିକାନ୍ତ ମାଆ ସତ୍ୟଭାମାଙ୍କ ମୁଣ୍ଡକୁ ଏକ ଠେଙ୍ଗା ସାହାଯ୍ୟ‌ରେ ପିଟି ଦେଇଥିଲା। ଫଳ‌ରେ ସତ୍ୟଭାମାଙ୍କ ମୃତ୍ୟୁ ହୋଇଯାଇଛି। ଖବର ପାଇ ସୋର ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତ ରତିକାନ୍ତକୁ ଥାନାରେ ଅଟକ ରଖିଛି। ତେବେ କୁହାଯାଉଛି କି ରତିକାନ୍ତର ମାନସିକ ସ୍ଥିତି ଭଲ ରହୁ ନ ଥିବାରୁ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe