ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଯୁବତୀଙ୍କୁ ଏସିଡ୍ ମାଡ଼ ଘଟଣାର ରାୟ ପ୍ରକାଶ ପାଇଛି। ତିନି ବର୍ଷ ପୂର୍ବରୁ ବାଲେଶ୍ବରରେ ଜଣେ ଯୁବତୀଙ୍କ ସମେତ ମୋଟ ୪ଜଣଙ୍କ ଉପରେ ହୋଇଥିବା ଏସିଡ୍ ମାଡ଼ ଘଟଣାର ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର କୋର୍ଟ। ନିଜ ଆଦେଶରେ କୋର୍ଟ ଘଟଣାର ଦୋଷୀ ଚନ୍ଦନ ରଣାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ୨୦୨୩ ଫେବ୍ରୁଆରିରେ ବାଲେଶ୍ବରରେ ଜଣେ ଯୁବତୀଙ୍କ ସମେତ ମୋଟ ୪ଜଣଙ୍କ ଉପରେ ଏସିଡ ମାଡ଼ ହୋଇଥିଲା। ପୀଡିତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୀଡିତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୩ଜଣ ପରବର୍ତ୍ତୀ ସମୟରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହି ଘଟଣାରେ ଚନ୍ଦନ ରଣା ଅଭିଯୁକ୍ତ ଥିଲା। ପୁଲିସ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆହୁରି ପଢ଼ନ୍ତୁ: Himachal Murder: ହିମାଚଳ ପ୍ରଦେଶରେ ମଧ୍ୟାହ୍ନଭୋଜନ କର୍ମୀଙ୍କୁ ସ୍କୁଲ ଭିତରେ ହତ୍ୟା
ବାଲେଶ୍ବର ସ୍ବତନ୍ତ୍ର କୋର୍ଟ ସାକ୍ଷୀମାନଙ୍କର ବୟାନ ଏବଂ ତଦନ୍ତ ରିପୋର୍ଟକୁ ଆଧାର କରି ଚନ୍ଦନ ରଣାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ତିନି ବର୍ଷ ପରେ ଏହି ରାୟ ଆସିଲା ପରେ ଘଟଣାର ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି, ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିଛି।
Follow Us