ପରୀକ୍ଷାରେ କମ୍ ନମ୍ବର ରହିଲା: ଛାତରୁ ଡେଇଁଲେ ଯୁକ୍ତ ୨ ଛାତ୍ରୀ

Advertisment
ପରୀକ୍ଷାରେ କମ୍ ନମ୍ବର ରହିଲା: ଛାତରୁ ଡେଇଁଲେ ଯୁକ୍ତ ୨ ଛାତ୍ରୀ

balasore.dhhodisha.in

ବାଲେଶ୍ବର: ପରୀକ୍ଷାରେ କମ ନମ୍ବର ରହିବାରୁ ଛାତରୁ ଡେଇଁଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ନୀଳଗିରି ଏନଏସି ଅଧୀନ ସିମୁଳିଆ ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ କି ଛାତ୍ରୀ ଜଣକ ଉକ୍ତ ଗ୍ରାମର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ମହଲ। ଛାତ୍ରୀ ଜଣକ ନୀଳଗିରି ମହାବିଦ୍ୟାଳୟର ବିଜ୍ଞାନ ଛାତ୍ରୀ ଅଟନ୍ତି। ସେ ପ୍ରଥମ ଶ୍ରେଣୀରେ ପାସ ହେବା ପାଇଁ ଆଶା ରଖିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ପାସ କରିଥିଲେ, ଯାହାଫଳରେ ମାନସିକ ଆଘାତ ପାଇ ଛାତ୍ରୀ ଜଣକ ଛାତରୁ ଡେଇଁ ପଡ଼ିଥିଲେ। ସେ ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଇତିଶ୍ରୀଙ୍କର ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe