ଦୁଇ ସରକାରୀ ଦଳର ନିର୍ଯାତନାରେ ବାଲେଶ୍ୱରବାସୀ ଅଣନିଃଶ୍ୱାସୀ ହୋଇଗଲେଣି, ଏଥର ପରିବର୍ତ୍ତନ ଆରମ୍ଭ ହେବ : କଂଗ୍ରେସ

ଦୁଇ ସରକାରୀ ଦଳର ନିର୍ଯାତନାରେ ବାଲେଶ୍ୱରବାସୀ ଅଣନିଃଶ୍ୱାସୀ ହୋଇଗଲେଣି, ଏଥର ପରିବର୍ତ୍ତନ ଆରମ୍ଭ ହେବ : କଂଗ୍ରେସ

ରୁପ୍‌ସା:  କଂଗ୍ରେସ ଏ ଦେଶକୁ ସ୍ୱାଧୀନତା ଦେଇଛି। ଦେଶର ସ୍ୱାଧୀନତାରେ ବାଲେଶ୍ୱରବାସୀଙ୍କ ଅବଦାନ ଅତୁଳନୀୟ। ଏ ମାଟିକୁ ପ୍ରଣାମ କରୁଛି। ଏପରି  ବକ୍ତବ୍ୟ ରଖି କଂଗ୍ରେସ ଦଳର ବରିଷ୍ଠ  ବିଧାୟକ ସୁର ରାଉତରାୟ ନିର୍ବାଚନ ପ୍ରଚାର ଚଳାଇଛନ୍ତି ।  ଆଜି କଂଗ୍ରେସ ପକ୍ଷରୁ ରୁପସାର  ଆଙ୍କ ପଂଚାୟତ ପୋଖରୀ ପଡିଆରେ ଆୟୋଜିତ ବିଶାଳ ସମାବେଶରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଆକର୍ଷଣ ଥିଲେ ବିଧାୟକ ସୁର ରାଉତରାୟ। ସେ ନିଜ ଭାଷଣରେ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି । ଏଥିସହ ତାଙ୍କର  ଚିରାଚରିତ ମଜାଦାର ଶୈଳୀର କଥା ଲୋକଙ୍କୁ ବେଶ୍‌ ଆକର୍ଷିତ କରିଥିଲା।

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ସମାବେଶରେ ଯୋଗ ଦେଇ ରୁପ୍‌ସା ଡାକ୍ତରଖାନା ଓ ଝୋଟକଳ ପ୍ରସଙ୍ଗ ଉଠାଇଥିଲେ।  ଯୁବକମାନଙ୍କ ନିଯୁକ୍ତି ପାଇଁ କେବଳ କଂଗ୍ରେସ ହିଁ ଚିନ୍ତା କରିଥାଏ ବୋଲି ସେ କହିଥିଲେ।

ବିଧାୟକ ପ୍ରାର୍ଥୀ ମମତା କୁଣ୍ଡୁ ତାଙ୍କର ହୃଦୟସ୍ପର୍ଶୀ ଭାଷଣରେ ସମସ୍ତଙ୍କୁ ହାତ ଚିହ୍ନରେ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ। ଜୋନ୍‌ ସଭାପତି ଜୟକୃଷ୍ଣ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପରମିତା ମହାନ୍ତି, କଷିପଦା ପଂଚାୟତ ସଭାପତି ମନୋରଂଜନ ମହାପାତ୍ର, ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ବସ୍ତା ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, ପୂର୍ବତନ ସରପଞ୍ଚ ମାୟାଧର ଜେନା ପ୍ରମୁଖ କଲେଜ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe