ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌

Advertisment
ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌

Photo by : udayavani.com

ବାଲେଶ୍ୱର : ଏକ ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦେବାଶିଷ ରାଉତ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେସନ୍‌ ଟ୍ରାଏଲ ନମ୍ବର ୧୦/୩୮୧ ତଥା ଆଇପିସି ଧାରା ୩୭୬ ଅଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ୍‌, ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୧ ବର୍ଷ କାରାଦଣ୍ଡ ଶୁଣାଯାଇଛି। ସେହିପରି ଧାରା ୫୦୬ ଆଧାରରେ ହତ୍ୟା ଉଦ୍ୟମ ପାଇଁ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ ପାଇଛି।

ପ୍ରକାଶ ଯେ, ବରହମପୁର ଥାନାର କେସ୍‌ ନମ୍ବର ୪୯/୧୬ ଅନୁଯାୟୀ କାଦୁଆପାଣି ଗାଁର ପ୍ରଫୁଲ୍ଲ ମାଝୀଙ୍କ ପୁଅ ହରିହର ମାଝୀ(୨୯), ୨୦୧୬ ଅଗଷ୍ଟ ୧୩ ତାରିଖ ଦିନ ସେହି ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁୁ ଜୋର୍‌ ଜବରଦସ୍ତ କଳମଗଡ଼ିଆ ଜଙ୍ଗଲ ମଧ୍ୟକୁ ଟେକିନେଇ ବିବାହ ପ୍ରସ୍ତାବ ଦେଇଥିଲେ। ତେବେ ନାବାଳିକା ଜଣଙ୍କ ଏଥିରେ ଅମଙ୍ଗ ହେବାରୁ ହରିହର ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଥିଲେ। ୧୪ ତାରିଖ ଦିନ ଘଟଣା ସମ୍ପର୍କରେ ପୀଡିତାଙ୍କ ବାପା ବରହମପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ହରିହରଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଆଡଭୋକେଟ ଦୀପକ କୁମାର ଦାସ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe