ବାଲେଶ୍ଵର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନସ୍ଥିତ ଆଇସିୟୁରେ ଚିକିତ୍ସାଧୀନ ତିନି ମାସର ଶିଶୁ ମୃତ୍ୟୁ ନେଇ ଆଜି ଚିକିତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାଳୟରେ ଚିକିତ୍ସା ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଥି ସହିତ ଚିକିତ୍ସାଳୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ମୃତ ଶିଶୁ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଜମାଳପୁର ଅଞ୍ଚଳର ଶମ୍ଭୁନାଥ ରାଉଳଙ୍କ ତିନିମାସର ଶିଶୁ ପୁତ୍ର ଅଭିଜିତ ରାଉଳ।

Advertisment

ଶିଶୁ ମୃତ୍ୟୁ ପରେ ଉତ୍ତେଜନା

ସୂଚନା ଅନୁସାରେ ଅଭିଜିତର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍‌ଣ ୧ଟା ୩୦ରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ଶିଶୁପୁତ୍ରର ମୃତ୍ୟୁର କାରଣ ଦର୍ଶାଇ ଚିକିତ୍ସାଳୟ ପରିସରରେ ପାଟିତୁଣ୍ଡ ସହ ଉତ୍ତେଜନା ସୃଷ୍ଟି କରିଥିଲେ। କିଛି ସମୟ ପାଇଁ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇ ଶିଶୁର ବାପା ଶମ୍ଭୁନାଥ ରାଉଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: High Court Judgement: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅଜା-ଆଈଙ୍କୁ ଶିଶୁର ଜିମା

ଶିଶୁ ମୃତ୍ୟୁ ନେଇ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ମାମଲା ରୁଜୁ କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛି। 

ଆହୁରି ପଢ଼ନ୍ତୁ: 200 women achieved safe motherhood: ବାତ୍ୟା ମୋନ୍ଥା ସମୟରେ ୨୦୦ ରୁ ଅଧିକ ଶିଶୁ ଜନ୍ମ