ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ଗ୍ରାମରୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଅବା ମା’ଗୃହକୁ ସ୍ଥାନାନ୍ତରିତ ହୋଇଥିବା ମା'ମାନେ ସୁରକ୍ଷିତ ଭାବେ ପ୍ରସବ କରିଛନ୍ତି। ବାତ୍ୟା ମୋନ୍ଥା ସମୟରେ ୨୦୦ ରୁ ଅଧିକ ଶିଶୁ ଜନ୍ମ ହୋଇଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆହୁରି ପଢ଼ନ୍ତୁ:Drinking coffee has become a luxury in America: ଟ୍ରମ୍ପ୍ଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁ କଫି ଦର ବଢ଼ିଲା ୫୦%
ମୋନ୍ଥା ସମୟରେ ମାତୃତ୍ବ ଲାଭ
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା, ୪,୫୦୦ ରୁ ଅଧିକ ଗର୍ଭବତୀ ମା’ଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥଳକୁ ଅଣାଯାଇଥିଲା ସ୍ୱାସ୍ଥ୍ୟ କର୍ମୀମାନେ ସିଧାସଳଖ ସେମାନଙ୍କ ସହ ଯୋଗାଯୋଗ ବଜାୟ ରଖିଥିଲେ। ସେମାନଙ୍କ ମଧ୍ୟରୁ ୩,୮୦୦ ରୁ ଅଧିକ ମହିଳା ରେଡ୍ ଆଲର୍ଟ ଜାରି ହୋଇଥିବା ଆଠଟି ଜିଲ୍ଲାର ଥିଲେ।
"ସନ୍ଧ୍ୟା ସୁଦ୍ଧା, ତଳିଆ ଅଞ୍ଚଳ ଏବଂ ସମ୍ବେଦନଶୀଳ ଅଞ୍ଚଳରୁ ପ୍ରାୟ ୧୯୦୦ ମହିଳାଙ୍କୁ ପ୍ରସୂତି ଗୃହ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦୦ ରୁ ଅଧିକ ଜଣ ମହିଳା ସୁରକ୍ଷିତ ମାତୃତ୍ୱ ହାସଲ କରିସାରିଛନ୍ତି ବୋଲି ବିଭାଗ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି।
ଆହୁରି ପଢ଼ନ୍ତୁ:Child Seeks Govt. Help: ମାତାପିତାଙ୍କ ଅକାଳ ମୃତ୍ୟୁ ପରେ ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପୁଅଝିଅ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/29/200-women-achieved-safe-motherhood-more-than-200-babies-born-during-cyclone-montha-2025-10-29-15-48-02.jpg)