ଆସନ୍ତା ୧୭ରେ ବାଲେଶ୍ୱରରେ ‘ଓଡ଼ିଶା ସୁପର ସିଙ୍ଗର’ର ଅଡିସନ୍

Advertisment
ଆସନ୍ତା ୧୭ରେ ବାଲେଶ୍ୱରରେ ‘ଓଡ଼ିଶା ସୁପର ସିଙ୍ଗର’ର ଅଡିସନ୍

ବାଲେଶ୍ୱର: ଆପଣ ଗୀତ ଗାଆନ୍ତି? ଆଉ ଖାସ୍ କରି ଓଡ଼ିଆ ଗୀତ ଗାଇବାରେ ରୁଚି ରଖନ୍ତି? ତେବେ ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ଏକ ଅପୂର୍ବ ସୁଯୋଗ ଆସିଛି। ଆଉ ଏହି ଅବସର ଆଣିଛି ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’।
ପ୍ରଥମ ଥର ଲାଗି କେବଳ ଓଡ଼ିଆ ଗୀତକୁ ନେଇ ଏକ ନୂଆ ମ୍ୟୁଜିକ ରିଆଲିଟି ଶୋ ‘ଓଡ଼ିଶା ସୁପର ସିଙ୍ଗର’ ଆରମ୍ଭ କରୁଛି ‘ମଞ୍ଜରୀ’। ଏହି ରିଆଲିଟି ଶୋ’ରେ ଓଡ଼ିଶାର ୧୫ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ।
ଏଥିରେ ଭାଗ ନେବା ଲାଗି ଆସନ୍ତା ୧୭ ତାରିଖରେ ବାଲେଶ୍ୱରରେ ଅନୁଷ୍ଠିତ ହେଉଛି ଅଡିସନ୍। ବାଲେଶ୍ୱରର ଆଇ.ଟି.ଆଇ ଛକରେ ଥିବା ‘ସମ୍ବାଦ ଭବନ’ରେ ଏହି ଅଡିସନ୍ ଅନୁଷ୍ଠିତ ହେବାକୁ ଯାଉଛି। ସକାଳ ୧୦ରୁ ସଂଧ୍ୟା ୫ଟା ଯାଏ ଚାଲିବ ଓଡ଼ିଆ ଗୀତ-ସଂଗୀତର ଦରବାର। କେବଳ ୧୫ ବର୍ଷରୁ ୪୦ ବର୍ଷ ବୟସର ପ୍ରତିଯୋଗୀମାନେ ହିଁ ଏଥିରେ ଭାଗ ନେଇ ପାରିବେ ବୋଲି ‘ମଞ୍ଜରୀ’ ଚ୍ୟାନେଲ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଇସ୍ପାତନଗରୀ ରାଉରକେଲାରେ ଓ ୧୫ ତାରିଖରେ ସମ୍ବଲପୁରରେ ଅଡିସନ୍ ଅନୁଷ୍ଠିତ ହୋଇସାରିଛି। ରାଉରକେଲାର ସେକ୍ଟର-୯  ସିଭିକ ସେଣ୍ଟରରେ ଅଡିସନ୍ ହୋଇଥିବା ବେଳେ ସମ୍ବଲପୁର ସାକ୍ଷୀପଡ଼ାଠାରେ ଥିବା ‘ସମ୍ବାଦ ଭବନ’ରେ ଅଡିସନ୍ ଅନୁଷ୍ଠିତ ହୋଇଛି।

ନିକଟରେ ‘ଓଡ଼ିଶା ସୁପର ସିଙ୍ଗର’ର ଏକ ପ୍ରୋମୋ ରିଲିଜ ହୋଇଛି ଯେଉଁଥିରେ ଓଲିଉଡର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବଂ ଗାୟକ ଅଭିଜିତଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି ଦାସଙ୍କୁ ଦେଖିବାକୁ ମିଳିଛି। ଦୀପ୍ତିରେଖା, ଅନ୍ତରା ଏବଂ ଅଭିଜିତଙ୍କୁ ଏହି ରିଆଲିଟି ଶୋ’ରେ ଜଜ୍ ଭାବେ ଏବଂ ତୃପ୍ତି ଦାସଙ୍କୁ ମହାଗୁରୁ ଭାବେ ଦେଖିବାକୁ ମିଳିବ। ଏହି ରିଆଲିଟି ସୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବାକୁ ହେବ। ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକ ଗୁଡିଏ ଆକର୍ଷଣୀୟ ଉପହାର ମିଳିବ। ଏହା ସହିତ ମଞ୍ଜରୀ ମୁଭିଜ୍, ମ୍ୟୁଜିକ ଭିଡିଓ, ରେଡିଓ ଚକଲେଟ୍, ଆମର ମ୍ୟୁଜିକ ଏବଂ ଓଡିଆ ୱାନ ପରି ପ୍ଲାଟଫର୍ମରେ ଗୀତ ଗାଇବାର ସୁଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe