Advertisment

ଝିଅ ବାହାଘର ଲାଗି ସୁନା ଗହଣା କିଣି ରଖିଥିଲେ ଯବାନ, କଳାକନା ବୁଲାଇଲେ ଦୁର୍ବୃତ୍ତ।

Advertisment
ଝିଅ ବାହାଘର ଲାଗି ସୁନା ଗହଣା କିଣି ରଖିଥିଲେ ଯବାନ, କଳାକନା ବୁଲାଇଲେ ଦୁର୍ବୃତ୍ତ।

ଖଇରା: ଝିଅ ବାହାଘର ଲାଗି ଘରେ ରଖିଥିଲେ ସୁନା ଗହଣା ସିଆରପିଏଫ ଯବାନ। ହେଲେ ଘରେ କଳା କନା ବୁଲେଇଲେ ଦୁର୍ବୃତ୍ତ। ଯବାନଙ୍କ ଘର ସମେତ ଗ୍ରାମର ଆଉ ୩ ଘରୁ ମଧ୍ୟ ସିରିଜ ଚୋରି ହୋଇଛି। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧଉଳି ଗ୍ରାମରେ।

ଗ୍ରାମର ସିଆରପିଏଫ ଯବାନ ରାଘବାନନ୍ଦ ମଝି କାଶ୍ମୀରରେ ନିଯୁକ୍ତି ଥିବାବେଳେ ଜୁନ ୨୯ ରେ ଝିଅ ବାହାଘର କରିବା ଲାଗି ଚାକିରିରୁ ଛୁଟି ନେଇ ଘରକୁ ଆସିଥିଲେ। ଆସିବା ବେଳେ ବାହାଘର ଲାଗି ଆବଶ୍ୟକୀୟ ୩୦ ହଜାର ଟଙ୍କାର ସାରଞ୍ଜାମ ଆର୍ମି କ୍ୟାଣ୍ଟିନରୁ ଉଠାଇ ଆଣିଥିଲେ। ତେବେ ଘରେ ଏକ ଖାଲି ରୁମରେ ସମସ୍ତ ଜିନିଷ ରଖିବା ସହ ଏକ ଗଡ଼ରେଜରେ ସୁନା ଚେନ, ସୁନା କାନଫୁଲ, ସୁନା ମୁଦି, ରୁପା ପାଉଁଜି ଭଳି ୪ ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ୫୫ ହଜାର ଟଙ୍କା ରଖିଥିଲେ। ମାତ୍ର ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଗଡ଼ରେଜ ତାଡି ସବୁ କିଛି ଲୁଟି ନେଇଛନ୍ତି।

ଏଥିସହ ଗ୍ରାମର ରବୀନ୍ଦ୍ର କୁମାର ସେଠୀଙ୍କ ଘରୁ ୭ ହଜାର ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ଅର୍ଜୁନ ବେହେରାଙ୍କ ଘରେ ପଶିଥିଲେ। ତେବେ ଏନେଇ ରାଘବାନନ୍ଦ ଓ ରବୀନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ଖଇରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe