କ୍ରିକେଟର ହେବାର ସ୍ୱପ୍ନ ଭାଙ୍ଗିଦେଲା ତମ୍ବାଖୁ: ଘରେ ବନ୍ଦୀ ଜୀବନ ବିତାଉଛନ୍ତି ଯୁବକ

Advertisment
କ୍ରିକେଟର ହେବାର ସ୍ୱପ୍ନ ଭାଙ୍ଗିଦେଲା ତମ୍ବାଖୁ: ଘରେ ବନ୍ଦୀ ଜୀବନ ବିତାଉଛନ୍ତି ଯୁବକ

ସୋର : ନିଜ ସ୍ବପ୍ନକୁ ସାକାର କରିବା ଲାଗି ରାତିଦିନ ଏକ କରିଦେଉଥିଲେ। କୌଣସି ବଧାବିଘ୍ନକୁ ଖାତିର ନକରି ସ୍ୱପ୍ନ ହାସଲ ପଥରେ ଅଗ୍ରସର ହେଉଥିଲେ। କିନ୍ତୁ ହଠାତ ତାଙ୍କ ଜୀବନରେ କଳା ବାଦଲର ଛାୟା ମାଡ଼ିଆସିଲା। ଆଉ ଗୁଟୁଖା ଖାଇବା କାରଣରୁ କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି ଯୁବକ ଜଣକ।
ଏଭଳି ଏକ ଘଟଣା ଘଟିଛି ଜଣେ କ୍ରିକେଟରଙ୍କ ସହିତ । ସେ ହେଲେ ସୋର ପୌରାଞ୍ଚଳ ପାରମହଲା ଗ୍ରାମର ସେକ ଜମାଲଉଦ୍ଦିନ ଙ୍କ ଏକ ମାତ୍ର ପୁଅ ସେକ ସହିଦ (୩୨)। ସହିଦଙ୍କର ପିଲାଟି ବେଳୁ କ୍ରିକେଟ ଖେଳ ପ୍ରତି ଦୁର୍ବଳତା ଥିଲା। ଜଣେ ଭଲ କ୍ରିକେଟର ହେବାକୁ ପିଲାଟି ବେଳୁ ସ୍ୱପ୍ନ ଦେଖି ତାହାକୁ ସାକାର କାରିବା ନିମନ୍ତେ ସେ ଆଗେଇ ଆସିଥିଲେ। ସମାୟାନୁକ୍ରମେ ବାଲେଶ୍ୱର ତଥା ଭଦ୍ରକ ଜିଲାର ଜଣେ ଜଣାଶୁଣା ଓ ବେଶ ଚର୍ଚ୍ଚିତ କ୍ରିକେଟର ଭାବେ ସେ ସୁନାମ ଅର୍ଜନ କରିପାରିଥିଲେ। ତାଙ୍କ ଖେଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। ଏପରିକି ତାଙ୍କୁ ୨୦୦୪ ମସିହାରେ ସେ ଜିଲା ସ୍ତରରୁ ରାଜ୍ୟସ୍ତରୀୟ କ୍ରିକେଟ ଖେଳିବାକୁ ଚୟନ କରାଯାଇଥିଲା ମଧ୍ୟ ଏବଂ ରାଜ୍ୟ ସ୍ତରୀୟ ଖେଳରେ ମଧ୍ୟ ସେ ବେଶ ସୁନାମ ଅର୍ଜନ କରିପାରିଥିଲେ। କିନ୍ତୁ ତାଙ୍କର ସାମାନ୍ୟ ଭୁଲ ପାଇଁ ସବୁକିଛି ପାଣିଫୋଟକା ଭଳି କ୍ଷଣିକେ ଫାଟି ନାରଖାର ହୋଇଯାଇଥିଲା।

ସେ ଅତ୍ୟଧିକ ଗୁଟୁଖା ସେବନ କରୁଥିବା କାରଣରୁ ପ୍ରାୟ ବର୍ଷେ ତଳେ ପ୍ରଥମେ ତାଙ୍କ ଦାନ୍ତ ବିନ୍ଧିବା ସହିତ ପାଟି ଛୋଟ ହୋଇଯାଇଥିଲା। ଆଉ ଡାକ୍ତରଙ୍କ ପରାମର୍ଶ ପରେ ସେ କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି ଯୁବକ ଜଣକ। ଏଭଳି ଏକ ଘଟଣା ଘଟିଛି ଜଣେ କ୍ରିକେଟରଙ୍କ ସହିତ । ସେ ହେଲେ ସୋର ପୌରାଞ୍ଚଳ ଭଳି ମାରାତ୍ମକ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ। ପରେ ଧୀରେ ଧୀରେ ତାଙ୍କ ଦେହ ଅସୁସ୍ଥ ହେବା ସହ ଖାଇବା ପିଇବା ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଗତ ନଭେମ୍ବର ୨୦୨୨ ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏବେ ସେ ଘର ଭିତରେ ବନ୍ଦୀ ଭଳି ରହୁଛନ୍ତି।  ଡାକ୍ତରଙ୍କ କହିବା କଥା ବାହାରକୁ ଆସିଲେ ରୋଗ ବଢିବାର ସମ୍ବାବନା ଅଛି। ଏପରିକି ସେ ବ୍ୟବହାର କରୁଥିବା ବାସନକୁସନ ମଧ୍ୟ ସ୍ୱତନ୍ତ୍ର ଭାବେ ଅଲଗା। ଏଭଳି ପରିସ୍ଥିତି ପାଇଁ ସହିଦ ନିଜକୁ ଦାୟୀ କରିବା ସହିତ ସମାଜର ସବୁ ଯୁବକମାନଙ୍କୁ ତମ୍ବାଖୁ ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ଯାହା ତାଙ୍କ ସହ ଘଟିଲା ଆଉ କାହା ସହ ନଘଟୁ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ସହିଦ। ସହିଦଙ୍କର ଏପରି ଅବସ୍ଥା ଦେଖି ପରିବାର ତଥା ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିବା ସହିତ ସେ ଶୀଘ୍ର ସୁସ୍ଥ ହେବାପାଇଁ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe